ବାପା ପଛେ ପଛେ ଚାଲିଗଲେ ପୁଅ
କନ୍ଦାଉଛି କରୋନା । ଓଡିଶା ପାଇଁ ପୁଣି ଏକ ଦୁଃଖଦ ଖବର । ବାପା ଯିବାର ଦିନ କେଇଟା ନପୁରୁଣୁ ଚାଲିଗଲେ ପୁଅ । ବିଶିଷ୍ଟ ପଥର ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ। ରଘୁନାଥ ମହାପାତ୍ରଙ୍କ ସାନ ପୁଅ ତଥା ପୂର୍ବତନ ରଣଜୀ ଖେଳାଳୀ ପ୍ରଶାନ୍ତ ମହାପାତ୍ରଙ୍କର ପରଲୋକ ହୋଇଯାଇଛି।ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖିବୁଜିଛନ୍ତି ।
ଗତ କିଛି ଦିନ କଳେ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ହୋଇଥିବା ବେଳେ ଆଜି ସକାଳେ ପ୍ରଶାନ୍ତଙ୍କ ଦେହାନ୍ତ ହୋଇଛି । କୋଭିଡ୍ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସାଧୀନ ଥିଲେ ପ୍ରଶାନ୍ତ। ଚିକିତ୍ସା ପରେ ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ ହୋଇଥିଲା। ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟା ଉନ୍ନତି ଆସିଥିଲେ ମଧ୍ୟ ସେ ଚିକିତ୍ସାଧିନ ଥିଲେ। ହଠାତ୍ ପୁଣି ଥରେ ତାଙ୍କ ଅବସ୍ଥା ଗୁରୁତର ହୋଇଗଲା। ତେଣୁ ତାଙ୍କୁ ରେସ୍ପେରେଟୋରୀ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତରଙ୍କ ସବୁ ଚେଷ୍ଟା ସତ୍ତ୍ୱେ ଆଖି ବୁଜିଛନ୍ତି ପ୍ରଶାନ୍ତ।
ଭୁବନେଶ୍ୱର ଏମ୍ସର ସୁପରିଣ୍ଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି, ଶତଚେଷ୍ଟା ସତ୍ତ୍ୱେ ପ୍ରଶାନ୍ତ ମହାପାତ୍ରଙ୍କ ଆଜି ସକାଳ ୭ଟା ୫୧ରେ ଦେହାନ୍ତ ହୋଇଥିଲା। ତାଙ୍କ ବଡ଼ ଭାଇ ଯଶୋବନ୍ତ ମହାପାତ୍ର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ରଘୁନାଥ ମହାପାତ୍ର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ବି ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ତେବେ ମେ’ ୯ ତାରିଖରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।