ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା
ପୂର୍ବତନ ସରପଞ୍ଚଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବ୍ଲକର ୨୭ ନମ୍ବର ଜୋନ୍ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ପୂର୍ବତନ ସରପଞ୍ଚ ଓ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶିବରାମ ଆଜି ସକାଳେ ତୁଳସୀ ତୋଳୁଥିବା ବେଳେ ଜଣେ ଯୁବକ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ଦେଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଦୁର୍ବୃତ୍ତ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା । ଖବର ପାଇ ନାଲକୋ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି । ମୃତ ଶିବରାମ ଚଳିତ ବର୍ଷ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ । ରାଜନୈତିକ କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।