THE BYAPINI

ଏଏନ୍‌ଏମ୍ ନିଲମ୍ବିତ,ତହସିଲଦାର କେବେ?

Get real time updates directly on you device, subscribe now.

ଜଗା ଦର୍ଶନ ପାଇଁ ପାତର ଅନ୍ତର । ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନେଇ ଚାରି ଏଏନଏମ କର୍ମୀଙ୍କୁ ନିଲମ୍ବିତ ପରେ ଏବେ ଏହି ପ୍ରଶ୍ନ ଉଠିଛି । ପୂର୍ବରୁ ଜଣେ ତହସିଲଦାର ନିଜ ସପରିବାର ସହ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ତାଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

ଏଠି ପ୍ରଶ୍ନ ଉଠୁଛି ଠାକୁର ଦର୍ଶନ କରି ୪ ଏଏନଏମ୍ କର୍ମୀ ନିଲମ୍ବିତ ହୋଇଥିବା ବେଳେ ତହସିଲଦାରଙ୍କୁ କ୍ଷମା କାହିଁକି?
ଶ୍ରୀମନ୍ଦିରକୁ ପ୍ରବେଶ କରିଥିବା ୪ଜଣ ଏଏନଏମଙ୍କ ଦାୟିତ୍ୱ ଥିଲା ମନ୍ଦିରକୁ ପ୍ରବେଶ ଅନୁମତି ପାଇଥିବା ବ୍ୟକ୍ତିଙ୍କ ମନ୍ଦିର ବାହାରେ ଥର୍ମାଲ ଚେକିଂ କରିବା । ହେଲେ ପାଖରେ ମନ୍ଦିରକୁ ପ୍ରବେଶ ଅନୁମତି ନଥାଇ ଶ୍ରୀମନ୍ଦିର ଭିତରକୁ ଏହି ୪ଜଣ ଏଏନଏମ୍ କର୍ମୀ ଗତ ୨ ଦିନ ତଳେ ପ୍ରବେଶ କରିଥିଲେ । ପ୍ରଶାସନିକ କଟକଣା, କୋଭିଡ୍ ଗାଇଡ୍ ଲାଇନ୍ ଏବଂ ଶୃଙ୍ଖଳିତ ଭିତରେ ଦର୍ଶନ କାର‌୍ୟ୍ୟ ଚାଲିଥିବା ବେଳେ ମନ୍ଦିର ଭିତରକୁ ସ୍ବାସ୍ଥ୍ୟ କର୍ମଚାରୀ କିଭଳି ପ୍ରବେଶ କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ଭିତରକୁ ପ୍ରବେଶ କରିବା ଏବଂ ବାଇଶି ପାହାଚ ଅତିକ୍ରମ କରି ଶ୍ରୀମନ୍ଦିର ଭିତରେ ପହଞ୍ଚିବାରେ ସକ୍ଷମ ହୋଇଥିବା ଭିଜୁଆଲ କଏଦ ହୋଇଥିଲା। ନିୟମର ଉଲ୍ଲଂଘନ ହେଲେ କାର‌୍ୟ୍ୟାନୁଷ୍ଠାନ ହେବାରେ କୌଣସି ସମସ୍ୟା ନାହିଁ । ତେବେ ସେହି ସମାନ ଭୁଲ କରିଥିଲେ ସତ୍ୟବାଦୀ ତହସିଲଦାର । ନିଜ ସପରିବାର ସହ ମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଉଭୟଙ୍କ ଦୋଷ ଗୋଟିଏ । ଉଭୟନିୟମ ଭାଙ୍ଗି ମନ୍ଦିରରେ ପ୍ରବେଶ କରିଛନ୍ତି । ତେବେ ତଳତଳିଆଙ୍କ ଉପରେ କାର‌୍ୟ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ତହସିଲଦାରଙ୍କ ଉପରେ କୌଣସି କାର‌୍ୟ୍ୟାନୁଷ୍ଠାନ କାହିଁକି ହୋଇନାହିଁ ବୋଲି ପ୍ରଶ୍ନ ଉଠିଛି ।

ଜଗା ଦର୍ଶନ ପାଇଁ ଏମିତିକା ବିଚାରକୁ ନେଇ ଏବେ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଯାଇଛି । ଯଦି ସମାନ ଦୋଷରେ ୪ଜଣ ଏଏନଏମ୍ କର୍ମୀ ସସପେଣ୍ଡ ହେଲେ ତେବେ ତହସିଲଦାରଙ୍କ ଉପରେ କେବେ ନିଆଯିବ କାର‌୍ୟ୍ୟାନୁଷ୍ଠାନ ?
କରୋନା କଟକଣା ଯୋଗୁ ୯ ମାସ ପରେ ଗତ ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିଥିଲା । ପ୍ରଥମେ ସେବାୟତ ଓ ତାଙ୍କ ପରିବାର ଲୋକଙ୍କୁ ସୁଯୋଗ ଦର୍ଶନ ମିଳିଥିଲା । ଏହା ପରେ ପୁରୀ ବାସୀ ୱାର୍ଡ ଅନୁଯାୟୀ ଦର୍ଶନ କରୁଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.