ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା
ହୀରାକୁଦରେ ୨୮ଟି ଗେଟ ଦେଇ ବନ୍ୟା ଜଳ ଛଡାଯାଉଛି । ବନ୍ୟାଜଳ ୩୬ ଘଣ୍ଟାରେ ମୁଣ୍ଡଳିରେ ପହଞ୍ଚିବ । ମହାନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଆସିପାରେ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
ଉପରମୁଣ୍ଡରେ ଅଧିକ ପାଣି ପାଇଁ ଗେଟ ଖୋଲୁଛି । ମୁଣ୍ଡଳିରେ ୭ରୁ ସାଢେ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହୋଇପାରେ ।
ହୀରକୁଦ ଡ୍ୟାମ କର୍ତ୍ତୃପକ୍ଷ ଛତିଶଗଡ ସହ ଯୋଗାଯୋଗରେ ଅଛନ୍ତି । ସଠିକ ସମୟରେ ସିଡବ୍ଲ୍ୟୁସି ସମସ୍ତ ତଥ୍ୟ ଦେଉଛି ।ଏବେ ହୀରାକୁଦ ଜଳଭଣ୍ଡାରକୁ ୪ ଲକ୍ଷ ୯୧ ହଜାର ୨୩୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୨୧ ହଜାର ୩୪୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ସେପଟେ ଜଳକା ଓ ବୈତରଣୀ ଏବେ ବି ବିପଦ ସଙ୍କେତ ଉପରେ ରହିଛି । ସୁବର୍ଣ୍ଣରେଖା ରାଜଘାଟଠାରେ ସତର୍କ ସଙ୍କେତ ଉପରେ ରହିଛି ଜଳସ୍ତର ।