THE BYAPINI

ବିପଦ ବଢାଇବେ କି ବ୍ରିଟେନ୍ ଫେରନ୍ତା?

Get real time updates directly on you device, subscribe now.

ଚିନ୍ତା ବଢାଇଲେ ବ୍ରିିଟେନ ଫେରନ୍ତା । ବିଟ୍ରେନ ଫେରନ୍ତାକୁ ନେଇ ଆସିଛି ବଡ଼ ଖବର । ଗତ ୧୪ ଦିନ ମଧ୍ୟରେ ଓଡିଶା ୪୩ ଜଣ ବ୍ରିଟେନରୁ ଫେରିଛନ୍ତି। ଏନେଇ ପୁରା ତାଲିକା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଭୁବନେଶ୍ୱରକୁ ସବୁଠୁ ଅଧିକ ଫେରିଛନ୍ତି । ଭୁବନେଶ୍ୱରକୁ ୨୧ ଜଣ ଫରିଥିବା ବେଳେ ଖୋର୍ଦ୍ଧାକୁ ଜଣେ ଓ କଟକକୁ ୫ଜଣ ଫେରିଛନ୍ତି । କୋରାପୁଟ ଓ ବ୍ରହ୍ମପୁରକୁ ୩ ଜଣ ଲେଖାଁଏ ବ୍ରିଟେନରୁ ଫେରିଛନ୍ତି । ନୟାଗଡ ଓ ନବରଙ୍ଗପୁରକୁ ୨ ଜଣ ଲେଖାଁଏ ଫେରିଥିବା ବେଳେ ସେହିପରି ଯାଜପୁର,ରାଜଗାଙ୍ଗପୁର ଓ ସମ୍ବଲପୁରକୁ ଜଣେ ଲେଖାଁଏ ଫେରିଛନ୍ତି ।

ଯେଉଁମାନେ ବ୍ରିଟେନ୍‌ରୁ ଫେରିବେ ୧୪ ଦିନିଆ ସଙ୍ଗରୋଧ କେନ୍ଦ୍ରରେ ରହିବେ ବୋଲି ରାଜ୍ୟ ସରକାର ଏସଓପି ଜାରି କରିଛନ୍ତି। ୟୁକେ ଫେରନ୍ତାଙ୍କ ଉପରେ ନଜର ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି କରାଯାଇଛି । ଏମାନଙ୍କ ଉପରେ ନଜର ରଖିବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ସିଡିଏମଙ୍କୁ ଚିଠି ଲେଖିଛନ୍ତି। ଆରଟିପିସିଆର ଟେଷ୍ଟ, କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ । ଏହା ସହ ସଂକ୍ରମଣକୁ ସୀମିତ ରଖିବାକୁ ସ୍ବାବ ନମୁନା କିଭଳି ସଂଗ୍ରହ କରାଯିବ ଓ କିଭଳି ସଂରକ୍ଷିତ ରଖି ଜେନୋମ ସିକ୍ୟୁଏନସିଂ ପାଇଁ ଲାବୋରେଟୋରିକୁ ପଠାଯିବ ସେ ନେଇ ଗାଇଡଲାଇନ ଜାରି କରାଯାଇଛି। ଆଇସିଏମଆର ଦ୍ବାରା ଜାରି କରାଯାଇଥିବ‌ା ଗାଇଡଲାଇନ‌କୁ ଅନୁସରଣ କରି ସ୍ବାବ ନମୁନା ସଂଗ୍ରହ କରିବା ପାଇଁ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ଦିଲ୍ଲୀ ବିପର‌୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ବାରା ଦିଆଯାଇଥିବା ୪୩ଜଣ ଯାତ୍ରୀଙ୍କ ମଧ୍ୟରେ ୩୫ଜଣ ପୁରୁଷ ଏବଂ ୮ଜଣ ମହିଳା ରହିଛନ୍ତି । ବ୍ରିଟେନରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ ୭୦ପ୍ରତିଶତ ସଂକ୍ରାମକ ଥିବାରୁ ଏ ନେଇ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଓଡିଶାରେ ଜଣେ ବ୍ରିଟେନ୍ ଫେରନ୍ତାଙ୍କ ଠାରେ କରୋନା ଭାଇରସର ନୂଆ ଷ୍ଟ୍ରେନ ଦେଖାଇ ଯାଇଛି। ଚିହ୍ନଟ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ପରିବାରର ସମସ୍ତଙ୍କ ମଧ୍ୟ ନମୂନା ସଂଗ୍ରହ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.