କରୋନା ଯୋଦ୍ଧାଙ୍କୁ ମାଗଣା ଟିକା
କେଉଁମାନଙ୍କୁ ମିଳିବ ପ୍ରଥମେ କୋଭିଡ ଟିକା । ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଜାନୁଆରୀ ମାସ ଶେଷ ସୁଦ୍ଧା ଟିକା ଆସିବାକୁ ଥିବା ବେଳେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ରାଜ୍ୟରେ ଟିକାକରଣ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ତେବେ କରୋନା ଯୋଦ୍ଧାଙ୍କୁ ମାଗଣାରେ କରୋନା ଟିକା ଦିଆଯିବ ।
ଓଡ଼ିଶାରେ ପ୍ରଥମେ ୩ଟି ଶ୍ରେଣୀଭୁକ୍ତ କରୋନା ଯୋଦ୍ଧାଙ୍କୁ ମାଗଣା ଟିକା ମିଳିବ। ଏଥିରେ ପ୍ରଥମେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଆଦିଙ୍କୁ ମାଗଣା ଟିକା ଦିଆଯିବ। ଏହାପରେ ପୌର, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ କର୍ମଚାରୀମାନଙ୍କ ପାଇଁ ମାଗଣା ଟିକା ବ୍ୟବସ୍ଥା କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଦୁଇ ଶ୍ରେଣୀର ଲୋକଙ୍କୁ ବାଦ୍ ଦେଇ ବୟସ୍କ ବ୍ୟକ୍ତିମାନଙ୍କୁ ମଧ୍ୟ ମାଗଣାରେ ଟିକା ଦିଆଯିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
ଟିକାକରଣ ପାଇଁ ରବ୍ଲୁପ୍ରିଣ୍ଟ ପ୍ରସ୍ତୁତି ସରିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ‘ମୁଖ୍ୟମନ୍ତ୍ରୀ ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି । ପ୍ରଥମ ପର୍ୟ୍ୟାୟରେ ୩ଲକ୍ଷ ୨୦ହଜାର ଲୋକଙ୍କୁ ଟିକା ଦିଆଯିବା ନେଇ ଚିହ୍ନଟ କରାଯାଇଛି । ଏଥିପାଇଁ ୨ ଲକ୍ଷ ୯ ହଜାର ୨୭୬ ଟୀକାକରଣ ସ୍ଥାନ ଚିହ୍ନଟ ହୋଇଛି । ୮, ୨୭୬ ଟିକାକର୍ମୀ ନିୟୋଜିତ ହେବେ ।