THE BYAPINI

ରଥଯାତ୍ରାରେ ଗଜପତି କରିବେ ଛେରାପହଁରା

Get real time updates directly on you device, subscribe now.

ଚଳିତବର୍ଷ ରଥଯାତ୍ରାରେ ଗଜପତି କରିବେ ଛେରାପହଁରା । ଏନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ନିଜେ ସୂଚନା ଦେଇଛନ୍ତି। ଆମେ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ, ତାହା ମୁଖ୍ୟ ପର୍ବ। ସ୍ନାନ ଯାତ୍ରାକୁ ନଯାଇ ରଥ ପାଇଁ ନିଷ୍ପତ୍ତି ନେଇଛୁ।ମହାପ୍ରଭୁ ଚାହିଁଲେ ବାହୁଡ଼ାରେ ମଧ୍ୟ ଆମେ ଯିବୁ ବୋଲି ଗଜପତି କହିଛନ୍ତି। ସେହିପରି ଅନ୍ୟ ସ୍ଥାନରେ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ି ଗଜପତି।

କରୋନା ମହାମାରୀ ପାଇଁ ଗତବର୍ଷ ପରି ଚଳିତବର୍ଷ ସ୍ନାନ ଯାତ୍ରାରେ ଗଜପତି ସାମିଲ ହୋଇନଥିଲେ। ଗଜପତିଙ୍କ ସ୍ଥାନରେ ମୁଦିରସ୍ତ ଛେରାପହଁରା କରିଥିଲେ। ଚଳିତ ବର୍ଷ ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରା ହେବ । କେବେଳ ସେବାୟତ ମାନେ ରଥ ଟାଣିବେ । ବଡଦାଣ୍ଡରେ ମଧ୍ୟ କୋଠା ଉପରୁ ରଥଯାତ୍ରା ଦେଖିପାରିବେନି ଲୋକେ । ଏଥିପାଇଁ କଟକଣା ଜାରି କରାଯାଇଛି । ବଡ଼ଦାଣ୍ଡରେ ୧୪୪ ଧାରା ଜାରି କରାଯିବ। ୭୦ ପ୍ଲାଟୁନ୍ ଫୋର୍ସ ଏଥର ମୁତୟନ ହେବେ। ଏଥିସହ ରଥଯାତ୍ରାର ୨୪ ଘଣ୍ଟା ପୂର୍ବରୁ ପୁରୀର ସବୁ ପ୍ରବେଶ ପଥ ସିଲ୍‌ କରାଯିବ।

Get real time updates directly on you device, subscribe now.

Leave A Reply

Your email address will not be published.