THE BYAPINI

ନଦୀରେ ଭାସିଯାଇଥିଲେ ୩୮ ଡ୍ରାଗନ ସେନା

Get real time updates directly on you device, subscribe now.

ଗଲୱାନ ସଂଘର୍ଷକୁ ନେଇ ଖୋଲିଲା ଚୀନର ପୋଲ୍ । ଗଲୱାନ୍ ସଂଘର୍ଷରେ ମରିଥିଲେ ୩୮ ଚୀନ୍ ସେନା । ଅଷ୍ଟ୍ରେଲିଆ ନ୍ୟୁଜ୍ ପେପର ‘ଦ କ୍ଲାକସନ’ରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଭାରତ-ଚୀନ୍ ମଧ୍ୟରେ ସଂଘର୍ଷ ବେଳେ ଚୀନର ପିପୁଲ୍ସ ଲିବରେସନ୍ ଆର୍ମୀ ବା ପିଏଲଏର ଯବାନ ଗଲୱାନ୍ ନଦୀରେ ଭାସି ଯାଇଥିଲେ ।
ଗତବର୍ଷ ଜୁନ୍ ମାସରେ ପୂର୍ବ ଲଦାଖର ଗଲୱାନ୍ ଘାଟୀରେ ଭାରତ ଓ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । ହେଲେ ଚୀନର ୪ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ସେତେବେଳେ ସ୍ୱୀକାର କରିଥିଲା ଚୀନ୍ ।
ଜୁନ ୨୦୨୦ରେ ଗଲୱାନରେ ଭାରତ ଓ ଚୀନ ମଧ୍ୟରେ ହଂସାତ୍ମକ ସଂଘର୍ଷ ହୋଇଥିଲା । ୪ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଉଭୟ ଦେଶ ଏହିପରି ଭାବେ ମୁହାଁମୁହିଁ ହୋଇଥିଲେ । କିନ୍ତୁ ଚୀନ ନିଜ ସୈନିକଙ୍କ ମୃତ୍ୟୁକୁ ଲୁଚାଉଥିବା ଅଭିଯୋଗ ହୋଇଆସୁଥିଲା । ଏବେ ଏହି ମାମଲାରେ ବଡ଼ ଖୁଲାସା ହୋଇଛି । ଭାରତ ସହ ହୋଇଥିବା ସଂଘର୍ଷରେ ଚୀନର ୩୮ ସୈନିକ ନଦୀରେ ଭାସିଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.

Leave A Reply

Your email address will not be published.