THE BYAPINI

ହାଇଦର ଦେହରୁ ବାହାରିଲା ୪ ଗୁଳି

Get real time updates directly on you device, subscribe now.

କୁଖ୍ୟାତ ଅପରାଧୀ ହାଇଦରକୁ ଆଜି ବାଲେଶ୍ୱର ଚିକିତ୍ସାଳୟରେ ପୋଷ୍ଟମର୍ଟମ କରାଯାଇଛି । ଏବଂ ହାଇଦର ଶରୀରରେ ମୋଟ ୪ଟି ଗୁଳି ରହିଥିବା ନେଇ ସ୍ପଷ୍ଟ ସୂଚନା ମିଳିଛି । ହାଇଦର ଦେହରୁ ମୋଟ ୪ଟି ଗୁଳି ବାହାରିତିଲାବେଳେ, ସେଥିମଧ୍ୟରୁ ୩ଟି ଗୁଳି ନୂଆ, ଗୋଟିଏ ପୁରୁଣା ବୋଲି ଜଣାପଡ଼ିଛି । ଜଙ୍ଘରୁ ୨ଟି ଗୁଳି ବାହାରିଥିଲା ବେଳେ, ଗୋଟିଏ ନୂଆ, ଅନ୍ୟଟି ପୁରୁଣା ବୋଲି ସୂଚନା ଦେଇଛନ୍ତି ଡାକ୍ତର । ଛାତିରୁ ଗୋଟିଏ ଓ ପେଟରୁ ଗୋଟିଏ ଗୁଳି ମଧ୍ୟ ବାହାରିଥିବା କହିଛନ୍ତି ଡାକ୍ତର ସୁଶାନ୍ତ ନାୟକ ।

ହାଇଦର ପକେଟରୁ ଏକ ଲାଲ୍ ଡାଏରୀ ଜବତ ହୋଇଛି । ଯେଉଁଥିରେ ଅନେକ ଲୋକଙ୍କ କଣ୍ଟାକ୍ଟ ନମ୍ବର ଥିବା ପୋଲିସ ସୂଚନା ଦେଇଛି ।ସେପଟେ କେନ୍ଦ୍ରାପଡା ସହରରେ ପୁଲିସ ଛାଉଣୀ କରାଯାଇଛି । ହାଇଦର ଘର ସଂଲଗ୍ନ ରାସ୍ତାକୁ ସିଲ କରାଯାଇଛି ।

ଗତକାଲି ବାଲେଶ୍ୱର ସିମୁଳିଆ ନିକଟରେ ଏହି ଏନ୍‌କାଉଣ୍ଟର ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ତାକୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର ହେଉଥିବା ସମୟରେ ସେ ରାସ୍ତାରେ ପରିଶ୍ରା କରିବା ପାଇଁ କହିଥିଲା । ଏହି ସମୟରେ ସେ ଗାଡ଼ିରେ ଥିବା ପୋଲିସ୍‌ଙ୍କ ଠାରୁ ବନ୍ଧୁକ ଛଡ଼ାଇ ଦୌଡ଼ିବାକୁ ଚେଷ୍ଟା କରିଥିଲା । ତାକୁ ଧରିବା ପାଇଁ ପୋଲସ୍‌ ବାଧ୍ୟ ହୋଇ ତା ଉପରେ ଗୁଳିଚାଳନା କରିଥିଲା । ଏଥିରେ ସେ ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ବାଲେଶ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ହିଁ ତାର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.