THE BYAPINI

ଆଜି ଶ୍ରୀଜୀଉଙ୍କ ଘଣାଲାଗି ନୀତି

Get real time updates directly on you device, subscribe now.

ଆଜି ଶ୍ରୀଜୀଉଙ୍କ ଅଣସର ତ୍ରୟୋଦଶୀରେ ଘଣାଲାଗି ନୀତି ଅନୁଷ୍ଠିତ ହେବ । ଆଜି ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି ହୋଇଥାଏ । ଶ୍ରୀପୟର ମୁଦ ଉପଲକ୍ଷେ ଘଣା ଏବଂ ଖଳି ପ୍ରସାଦ ଲାଗି ପାଟଡୋର, ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ ଲାଗି ହୋଇଥାଏ । ଭୋଗ ମଣ୍ଡପ ସରିବା ପରେ ଦତ୍ତ ମହାପାତ୍ରଙ୍କ ଘରୁ ଖଡ଼ି ପ୍ରସାଦ , ଘଣ୍ଟ , କାହାଳି ସହ ମନ୍ଦିରକୁ ଆସିଥାଏ । ଘଣ୍ଟ , ଛତ୍ର , କାହାଳି ସହ ଖଳି ପ୍ରସାଦ ଅଣସର ସୁଦ୍ଧ ସୁଆର ଘରଠାରୁ ଶ୍ରୀମନ୍ଦିର କୁ ବିଜେ କରାଯାଇଥାଏ । ଆଜି ମଧ୍ୟ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ଲାଗି ବହେ । ସେହପରି ଚଳିତବର୍ଷ ରଥଯାତ୍ରାରେ ଛେରାପହଁରା କରିବେ ଗଜପତି । ଗତକାଲି ଏନେଇ ସୂଚନା ଦେଇଛନ୍ତି ଗଜପତି । ସ୍ନାନପୂର୍ଣ୍ଣିମାରେ ଗଜପତିଙ୍କ ପରିବର୍ତେ ମୁଦିରସ୍ତ ଛେରାପହଁରା କରିଥିଲେ ସ୍ନାନମଣ୍ଡପରେ ।

Get real time updates directly on you device, subscribe now.

Leave A Reply

Your email address will not be published.