THE BYAPINI

ବୋଉ ତୁ ମତେ ବଂଚା..

Get real time updates directly on you device, subscribe now.

ବୋଉ ତୁ ମୋତେ ଏଠୁ ନେଇ ଯା, ନହେଲେ ମୋତେ ମାରିକି କେଉଁଠି ପକାଇଦେବେ । ଫୋନରେ ଜୀବନ ବଂଚାଇବାକୁ ଫୋନରେ ମାଆକୁ ଆକୁଳ ନିବେଦନ କରୁଛି ଝିଅ । ଯାଜପୁର ଧର୍ମଶାଳାରୁ ଏକ ଯୁବତୀଙ୍କୁ ଅପହରଣ କରାଯାଇ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଉଦ୍ଧାର କରିବା ପାଇଁ ସେ ନିବେଦନ କରୁଛନ୍ତି ।

ସୂଚନା ଅନସାରେ, ଯୁବତୀ ଜଣଙ୍କର ପାଖ ଗାଁର ଜଣେ ଯୁବକଙ୍କର ବନ୍ଧୁତା ଥିଲା । ଗତ ୫ ତାରିଖରେ ଯୁବତୀ ଜଣକ କଲେଜରୁ ସାଟିଫିକେଟ ପାଇଁ ଯିବାବେଳେ ତାଙ୍କୁ ଅବଦୁଲ ସେହମତ ଖାଁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି ।ଯୁବକ ଜଣକ ତାଙ୍କୁ ଜୋର ଜବରଦସ୍ତ ବିବାହ କରିବାକୁ ବାଧ୍ୟ କରୁଥିବା ଯୁବତୀ ଫୋନରେ କହିଛନ୍ତି । ସେ ପୁରୀରେ ଅଛନ୍ତି । ଏହା ପରେ ତାଙ୍କୁ ଯାଜପୁର ଟାଉନକୁ ନେଇପାରନ୍ତି । ବାପାଙ୍କୁ କହି ଯେତେ ଜଲଦି ହେବ ତାଙ୍କୁ ଉଦ୍ଧାର କରିବାକୁ ନିବେଦନ କହୁଛନ୍ତି । ଏପରିକି ପୁଲିସରେ ଏକଥା ନଜଣାଇବାକୁ କହିଛନ୍ତି । କାହାକୁ କହିଲେ, ଏମାନେ ତାଙ୍କୁ ଜୀବନରେ ମାରିଦେବେ ବୋଲି ଯୁବତୀ ଜଣକ ଫୋନରେ ତାଙ୍କ ମାଙ୍କୁ କହୁଛନ୍ତି ।

ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ ଜାରି ରହିଛି। ଏଯାଏଁ କୌଣସି ସଫଳତା ମିଳି ପାରିନାହିଁ। ଅନ୍ୟପଟେ ଯୁବତୀଙ୍କ ଅପହରଣରେ ଅପରାଧିକ ଷଡଯନ୍ତ୍ର କରିଥିବା ଏବଂ ଅପହୃତାଙ୍କ ପିତାମାତାଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ପିତା ଅବଦୁଲ ହମିଦ ଖାଁଙ୍କୁ ଗିରଫ କରି ଚଣ୍ଡିଖୋଲ କୋର୍ଟ ଚାଲାଣ କରିଛି।

Get real time updates directly on you device, subscribe now.

Leave A Reply

Your email address will not be published.