THE BYAPINI

ଜାଣନ୍ତୁ ସପ୍ତାହକୁ ଦୁଇ ଦିନ ବନ୍ଦ ହେଲା ରାଜ୍ୟର କେଉଁ ବେଳାଭୂମି ?

Get real time updates directly on you device, subscribe now.

ବଢୁଛି ସଂକ୍ରମଣ, କଡାକଡି ହେଉଛି କଟକଣା । ପର୍ଯ୍ୟଟନସ୍ଥଳୀ ଉପରେ ଲାଗିଲା କଟକଣା । କୋଭିଡ୍ ସ୍ଥିତି ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର କଡା ପଦକ୍ଷେପ । ଏଣିକି ଶନିବାର ଓ ରବିବାର ଦୁଇ ଦିନ ବନ୍ଦ ରହିବ ଗୋପାଳପୁର ଓ ସୁନାପୁର ସମୂଦ୍ରକୂଳ । ଶନିବାର ଓ ରବିବାର ଛୁଟି ଦିନ ଥିବାରୁ ଗୋପାଳପୁର ଓ ସୁନାପୁର ସମୁଦ୍ର ବେଳାଭୂମୀରେ ଭିଡ ହେଉଛି । ଭିଡ କମାଇବାକୁ ଏପରି ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ ।

ପ୍ରତ୍ୟେକ ଶନିବାର ଓ ରବିବାର ଗୋପାଳପୁର ଓ ସୋନପୁର ବେଳାଭୂମିକୁ ବନ୍ଦ ରଖାଯିବ। ରାମଲିଙ୍ଗେଶ୍ୱର ପାର୍କ ଏବଂ ତାମ୍ପରାକୁ ସୋମବାର ବନ୍ଦ ରଖାଯିବ। ଅପରପକ୍ଷରେ ମା ତାରାତାରିଣୀ ପୀଠ ପ୍ରତ୍ୟେକ ବୁଧବାର ସାନିଟାଇଜେସନ ପାଇଁ ବନ୍ଦ ରଖାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏ ନେଇ ଟ୍ବିଟ୍ ଯୋଗେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଗଂଜାମ ଜିଲ୍ଲାର ବୁଢୀ ଠାକୁରାଣୀଙ୍କ ଯାତ୍ରା । ଏହି ଯାତ୍ରାକୁ ପ୍ରଶାସନ ଅନୁମତି ଦେଇଥିଲେ ବି ଏଠାରେ କୋଭିଡ କଟକଣା କଡାକଡି ପାଳନ କରାଯିବ । ଏହାର ତଦାରଖ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ସେହିପରି ଆସିକାରେ ବାରୁଣୀ ସ୍ନାନ ଯାତ୍ରାକୁ ବନ୍ଦ କରିଛନ୍ତି ପ୍ରଶାସନ । ଏହାକୁ ନେଇ ଆସିକା ଅଂଚଳରେ ଥିବା ରୁଷିକୁଲ୍ୟା ନଦୀ ପାଶ୍ୱର୍ର ପାଂଚଟି ଗାଁରେ ଲାଗିଛି ୧୪୪ ଧାରା ।

ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏପରି ନିଷ୍ପତି ନେଇଛି । ଆଜି ଗଞ୍ଜାମ ଜିଲ୍ଲାରୁ ୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗଂଜାମରେ ଯେପରି ପୂର୍ବ ପରି ସ୍ଥିତି ପୁଣି ନଉପୁଜେ ସେଥିପାଇଁ ଏପରି ପଦପେକ୍ଷ ନିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.