କଟକଣାରେ ମହାଶିବରାତ୍ରୀ
ଆସନ୍ତାକାଲି ମହାଶିବରାତ୍ରୀ। ମହାଶିବ ରାତ୍ରି ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଂଚିଛି ।ତେବେ ଏଥର କୋଭିଡ୍ କଟକଣାରେ ପାଳନ ହେବ ଜାଗର ।ନ୍ଦିର ପରିସର ଓ ବାହାରେ ଶ୍ରଦ୍ଧାଳୁଙ୍କ ଗହଳିକୁ ବାରଣ କରାଯିବା ସହ ମେଳାକୁ ମନା କରାଯାଇଛି। ମନ୍ଦିର ବାହାରେ ୨ ଶହ ମିଟର ଯାଏ ଲମ୍ବା ବ୍ୟାରିକେଡ୍, ଭିତରେ ଭକ୍ତଙ୍କ ଭିଡ଼ ଏଡାଇବାକୁ ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି।
ଏସଆରସିଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ଏସ୍ଓପି ଅନୁସାରେ ଜାଗର ଦିନ ମନ୍ଦିର ଭିତରେ ଓ ବାହାରେ ଗହଳି ହେବ ନାହିଁ କି ମେଳା ବିସବ ନାହିଁ । କୋଭିଡ କଟକଣାରେ ମହାଶିବରାତ୍ରୀ ପାଳନ କରିବାକୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।କୋଭିଡ କଟକଣାରେ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିିବେ । ମନ୍ଦିର ଭିତରେ ଆଡକାଠରୁ ଶ୍ରଦ୍ଧାଳୁମାନେ ଦର୍ଶନ କରିବେ । ମନ୍ଦିର ଭିତରେ ପରମ୍ପରା ଅନୁଯାୟୀ କେବଳ ସେବାୟତ ପରିବାର ଦୀପ ଜାଳିବେ । ମନ୍ଦିର ଭିତରେ ଓ ବାହାରେ ରାସ୍ତାରେ ଦୀପ ଜାଳିବାକୁ ଓ ଭିଡ଼ ନକରିବାକୁ କଟକଣା କରାଯିବ । ତେବେ ଏସଆରସିଙ୍କ ଏହି ମାଗଦର୍ଶିକାରୁ ଏକାମ୍ର କ୍ଷେତ୍ରକୁ ବାଦ ଦିଆଯାଇଛି । ଏନେଇ ବିଏମସି ଅତିରିକ୍ତ କମିସନର ଅବନୀକାନ୍ତ ପଟନାୟକ କହିଛନ୍ତି ଯେ ଏକାମ୍ର କ୍ଷେତ୍ର ପାଇଁ ବିଏମସି ପକ୍ଷରୁ ପୂର୍ବରୁ ନିୟମ ଘୋଷଣା କରାଯାଇଛି ।
ମନ୍ଦିର ଭିତର ସେବାରେ ନିୟୋଜିତ ସମସ୍ତ ସେବାୟତଙ୍କ କରୋନା ଟେଷ୍ଟ୍ କରାଯାଉଛି । ଟ୍ରଷ୍ଟ ବୋର୍ଡର ସଦସ୍ୟ, ଫୁଲ ଦୋକାନୀ ଓ ପୋଲିସ୍ ଅଧିକାରୀଙ୍କର ବି କୋଭିଡ୍ ଟେଷ୍ଟ କରାଯାଉଛି ।