THE BYAPINI

ସେପଟେମ୍ବରରୁ ଗଡ଼ିବ ଇ-ଯାନ

Get real time updates directly on you device, subscribe now.

ରାଜ୍ୟରେ ଖୁବଶୀଘ୍ର ଆସୁଛି ଇ ଯାନ ନୀତି । ଆସନ୍ତା କ୍ୟାବିନେଟରେ ଆସିବ ଏହି ଇ ଯାନ ନୀତି । ଏହାର ମୁଖ୍ୟ ଉଦେଶ୍ୟ ହେଉଛି ପ୍ରଦୂଷଣ ରୋକିବା । ପରିବହନ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ମଡେଲ ଆପଣାଇବ ଓଡ଼ିଶା । ରାଜ୍ୟରେ ବିଦ୍ୟୁତ ଚାଳିତ ଯାନ କିଣିବା ପାଇଁ ସରକାର ଦେବେ ପ୍ରୋତ୍ସାହନ । ଦୁଇ ଚକିଆ ଯାନ ପାଇଁ ୫ ହଜାର ଟଙ୍କାର ରିହାତି ଦିଆଯିବ । ସେହିପରି ତିନି ଚକିଆ ପାଇଁ ୧୨ ହଜାର ଓ ୪ ଚକିଆ ପାଇଁ ସର୍ବାଧିକ ୧ ଲକ୍ଷ ଟଙ୍କା ରିହାତି ମିଳିବ । ସରକାରୀ ଅଫିସ୍ ଓ କମ୍ପାନୀ ବିଦ୍ୟୁତ ଚାଳିତ ଯାନ କିଣିଲେ ରିହାତି ଅଧିକ ମିଳିବ । ଖୁବ୍ ଶୀଘ୍ର ସରକାର ଏନେଇ ଘୋଷଣା କରିପାରନ୍ତି । ଏହା ସହ ରୋଡ୍ ଟ୍ୟାକ୍ସ ଓ ପଞ୍ଜିକରଣ ଫି ଛାଡ କରାଯାଇପାରେ ।

Get real time updates directly on you device, subscribe now.

Leave A Reply

Your email address will not be published.