THE BYAPINI

ସ୍କୁଲ ବନ୍ଦ ନେଇ ବଡ଼ ସୂଚନା

Get real time updates directly on you device, subscribe now.

କରୋନା ପାଇଁ ରାଜ୍ୟରେ ବନ୍ଦ ହେବନି ସ୍କୁଲ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । ଏବେ ରାଜ୍ୟର କେବଳ କିଛି ବେସରକାରୀ ଶିକ୍ଷାନୁଷ୍ଠାନରୁ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋଭିଡ୍ ପାଇଁ ରାଜ୍ୟରେ ଏବେ ନବମ ଏବଂ ଏକାଦଶ ଶ୍ରେଣୀର କ୍ଲାସ ବନ୍ଦ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ସରକାରୀ ଶିକ୍ଷାନୁଷ୍ଠାନରେ କିନ୍ତୁ ଏସଓପିକୁ ପାଳନ କରାଯାଇ କ୍ଲାସ ହେଉଛି । ସରକାରୀ ଶିକ୍ଷାନୁଷ୍ଠାନରୁ ଏଯାବତ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ତେଣୁ ସରକାରୀ ସ୍କୁଲକୁ ବନ୍ଦ କରିବାକୁ ଏଯାଏଁ କୌଣସି ନିଷ୍ପତ୍ତି ହୋଇନି ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଆସନ୍ତାକାଲି ସେମାନଙ୍କ ଅଭ୍ୟାସ ପରୀକ୍ଷା ଅଛି । ସେହିପରି ଏପ୍ରିଲ ୯ ତାରିଖରେ ଙଞଋଞ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଶିକ୍ଷାନୁଷ୍ଠାନରେ କରୋନା ପଶି ରାଜ୍ୟ ସରକାରଙ୍କ ନିଦ ହଜାଇ ଦେଇଛି। ହାପରେ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ ସରକାରୀ ଯୋଜନା ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଥିଲା । ହେଲେ ଗଣଶିକ୍ଷା ମନ୍ତ୍ରୀ କିନ୍ତୁ ସେଭଳି କୌଣସି ନିଷ୍ପତ୍ତି ହୋଇନଥିବା ସୂଚନା ଦେଇଛନ୍ତି । ଗତକାଲି ଭୁବନେଶ୍ୱର ମୈତ୍ରୀବିହାରସ୍ଥିତ ଆଲେନ ଇନଷ୍ଟିଚ୍ୟୁଟ୍‌ରୁ ୨୦ ଆକ୍ରାନ୍ତ ବାହାରିଥିବା ବେଳେ ଜଟଣିସ୍ଥିତ ଆଇଆଇଟି ଇନଷ୍ଟିଚ୍ୟୁଟରୁ ୧୦ ଓ ରାଉରକେଲା ଘଓଞରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପୂର୍ବରୁ ଢଓଗଈରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.