THE BYAPINI

ରାସ୍ତା ଛାଡିଲା ରାଜଧାନୀ । ନୟାପଲ୍ଲୀରୁ ବିମାନବନ୍ଦର ଲାଗିଲା ୬ ମିିନିଟ ୫ ସେକେଣ୍ଡ ।

Get real time updates directly on you device, subscribe now.

ଭୁବନେଶ୍ୱର ନୟାପଲ୍ଲୀରୁ ବିମାନବନ୍ଦର ସାଢେ ୬ କିଲୋମିଟରର ରାସ୍ତା । ଆଉ ସାଢେ ୬ କିଲୋମିଟର ରାସ୍ତା ଅତିକ୍ରମ କରି ଏୟାରପୋର୍ଟରେ ପହଚିଂବାକୁ ଆମ୍ବୁଲାନ୍ସକୁ ଲାଗିଥିଲା ୬ ମିନିଟ ୫ ସେକେଣ୍ଡ । ଆଉ ରୋଗୀଙ୍କୁ ବିମାନବନ୍ଦର ନେବା ପାଇଁ ବାଟ ଛାଡିଦେଇଥିଲା ରାଜଧାନୀ ।

ପୁରୀ ବ୍ରହ୍ମଗିରିର ଗୁରୁତର ଅଭୟ ଜେନାଙ୍କୁ ଏୟାର ଆମ୍ବୁଲାନ୍ସରେ ହାଇଦ୍ରାବାଦ ନେବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଆଉ ଏଥିପାଇଁ ଭୁବନେଶ୍ୱର ନୟାପଲ୍ଲୀରୁ ବିମାନବନ୍ଦର ଯାଏଁ କରାଯାଇଥିଲା ଗ୍ରୀନ କରିଡର । ଆମ୍ବୁଲାନ୍ସକୁ ବାଟ କଢାଇଦେବା ପାଇଁ ବିଭିନ୍ନ ଛକରେ ଜଗିରହିଥିଲେ ୫୦ରୁ ଅଧିକ କର୍ମଚାରୀ । ରାଜଧାନୀର ବିମାନବନ୍ଦରରେ ଏୟାର ଆମ୍ବୁଲାନ୍ସ ପହଚିଂବା ମାତ୍ରେ ନୟାପଲ୍ଲୀର ଘରୋଇ ଡାକ୍ତରଖାନାରୁ ଆମ୍ବୁଲାନ୍ସ ଯୋଗେ ଗ୍ରୀନ କରିଡରରେ ପହଚାଂଇ ଦିଆଯାଇଥିଲା ଏୟାରପୋର୍ଟ ।ଏୟାର ଆମ୍ବୁଲାନ୍ସ ଭିତରେ ରୋଗୀ ପାଇଁ ରହିଥିଲା ସମସ୍ତ ଜରୁରୀ ଚିକିତ୍ସା ସୁବିଧା ବ୍ୟବସ୍ଥା । ଅଭିଜ୍ଞ ଡାକ୍ତରୀ ଟିମ ଓ ସ୍ୱାସ୍ଥ୍ୟକର୍ମୀ ଏହି କାମ ଅତି କୁଶଳତାର ସହ କରିଥିଲେ ।

ବ୍ରହ୍ମଗିରିର ଅଭୟ ଜେନା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । କରୋନାରୁ ସୁସ୍ଥ ହେବା ପରେ ତାଙ୍କ ଫୁସଫୁସ ପୁରା ଖରାପ ହୋଇଯାଇଥିଲା । ଏହା ପରେ ତାଙ୍କ ଠାରେ ସଫଳତାର ସହିତ କ୍ରୁତିମ ଫୁସଫୁ ପ୍ରତିରୋପଣ କରାଯାଇଛି । ଉନ୍ନତ ଚିିକିତ୍ସାପାଇଁ ତାଙ୍କୁ ହାଇଦ୍ରାବାଦ କିମ୍ସ ମେଡିକାଲକୁ ନିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.