କାମାକ୍ଷାନଗର: ଗୁଳିମାଡ଼ ସାଂଗକୁ ଘନଘନ ବୋମାମାଡ
ଗୁଳିମାଡ଼ ସାଂଗକୁ ଘନଘନ ବୋମାମାଡ଼ । କାମାକ୍ଷାନଗରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ଗୁଳିକାଣ୍ଡ ସହ ପରସ୍ୱର ଉପରେ ବୋମାମାଡ଼ କରିଛନ୍ତି । ବୁଧବାର ବିଳମ୍ବିତ ରାତିରେ ଏହି ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ଜଣେ ଗୁରୁତର ଆହାତ ହୋଇଥିବା ବେଳେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଫୁଟିଲା ୪ରୁ ୫ ରାଉଣ୍ଡ ଗୁଳି ସହ ୧୦ରୁ ୧୫ ଥର ବୋମାମାଡ । କାମାକ୍ଷାନଗର ଅନନ୍ତପୁର କଲୋନୀ ସାହିର ତୋଫାନ ପାତ୍ର ଓ ମହିମାନଗର ସାହିର ଆକାଶ ନାୟକ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତି କରାଯାଇଥିଲା । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିବା ସୂଚନା ରହିିଛି ।ସୁଚନା ମୁତାବକ କାମାକ୍ଷାନଗର ଏନଏସି ଅନ୍ତର୍ଗତ ଗୋଡି ସାହି ଏବଂ କଲୋନି ସାହି ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା। ଗତକାଲି ସନ୍ଧ୍ୟା ସମୟରୁ ଉଭୟ ସାହି ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା। ଉଭୟ ଗୋଷ୍ଠୀ ସାରଙ୍ଗଧର ଷ୍ଟାଡିୟମ ରାସ୍ତାରେ ମୁହାଁମୁହିଁ ହୋଇଥିଲେ। ରାତି ପ୍ରାୟ ୧୧ଟା ବେଳକୁ ଉଭୟ ଗୋଷ୍ଠୀ ମଧ୍ୟରେ ୧୫ ରୁ ଉର୍ଦ୍ଧ୍ୱ ବୋମା ଫିଙ୍ଗା ଫିଙ୍ଗି ସହ ୫ ରାଉଣ୍ଡରୁ ଗୁଳି ଚାଳନା ହୋଇଥିଲା ।ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ପରିସ୍ଥିତି ବର୍ତ୍ତମାନ ଶାନ୍ତଅଛି।