ଟିକାକରଣକୁ ନେଇ ଗାଇଡଲାଇନ୍
ଆସନ୍ତା ୧୬ ତାରିଖରୁ କରୋନା ଟିକାକରଣ ଆରମ୍ଭ ହେବ । ୧୬ ତାରିଖରେ ରାଜ୍ୟର ୧୬୦ଟି ଟିକାଦାନ କେନ୍ଦ୍ରରେ ଟିକାଦାନ ଅନୁଷ୍ଠିତ ହେବ । ଏନେଇ ମାର୍ଗଦର୍ଶିକା ଜାରି କଲା ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ଜିଲ୍ଲାପାଳ, ମହାନଗର ନିଗମଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି ।
କୋଭାକ୍ସିନର ୨୦ ହଜାର ଡୋଜ ଆସିବା ପରେ ଓଡିଶାରେ ଦୁଇଦିନରେ ଆସି ପଂହଚିଛି ୪ ଲକ୍ଷ ୨୮ ହଜାର ଡୋଜ ଟିକା । ପ୍ରତି କୋଭିସିଲଡ ଭାୟାଲ ରେ ୧୦ଟି ଡୋଜ ଓ କୋଭାକ୍ସିନ ଭାୟାଲରେ ୨୦ଟି ଡୋଜ୍ ରହିଛି । ଭାୟାଲ ବା ସିସି ଖୋଲିବାର ୪ ଘଣ୍ଟା ମଧ୍ୟରେ ତାହାକୁ ବ୍ୟବହାର କରିବାକୁ ହେବ । ଗୋଟିଏ ଭାୟାଲ ଖୋଲିବା ପରେ ସେଥିରେ ଥିବା ସବୁ ଡୋଜର ଉପଯୋଗ କରିବାକୁ ହେବ। କମ ସଂଖ୍ୟକ ଟିକା ରାଜ୍ୟକୁ ଆସିଥିବାରୁ ଟିକା ଯେପରି ନଷ୍ଟ ନହୁଏ ସେ ପ୍ରତି ଯତ୍ନବାନ ହେବାକୁ ପଡ଼ିବ । ଟିକା ବଣ୍ଟନ ବେଳେ, ଜିଲ୍ଲା ଟିକା ଭଣ୍ଡାର ଓ କୋଲଡ ଚେନ ପଏଣ୍ଟରେ ଫାଷ୍ଟ ଏକ୍ସପାରୀ ଓ ଫାଷ୍ଟ ୟୁଜ୍ ନୀତି ଅବଲମ୍ବନ କରିବାକୁ ହେବ ।
କୋଭାକ୍ସିନ ଟିକାକୁ ୩୦ଟି ଯାକ ଜିଲ୍ଲାକୁ ଯୋଗାଇ ଦିଆଯାଇଥିବାବେଳେ କୋଭାକ୍ସିନ ଟିକା କେବଳ ବିଏମସି କୁ ପ୍ରଦାନ କରାଯିବ । ଟିକା ନେବାକୁ ଥିବା ବ୍ୟକ୍ତିମାନଙ୍କୁ ଅଲଗା ଅଲଗା ସମୟରେ ଟିକା ଦିଆଯିବ ଯେପରିକି ଟିକାଦାନ କେନ୍ଦ୍ରରେ ଭୀଡ଼ ଜମିବ ନାହିଁ । ଟିକା ଦିଆଯାଉଥିବା ସ୍ବାସ୍ଥ୍ୟକେନ୍ଦ୍ରର ସବୁ କର୍ମଚାରୀଙ୍କ ପାଇଁ ଅର୍ଥାତ ସଫାଇ କର୍ମଚାରୀଙ୍କଠାରୁ ଆରମ୍ଭ କରି ଡାକ୍ତରଙ୍କ ପର୍ୟ୍ୟନ୍ତ ଟିକା ଯୋଗାଇ ଦିଆଯିବ । ଯଦି ଗୋଟିଏ ସ୍ବାସ୍ଥ୍ୟକେନ୍ଦ୍ରକୁ ଦିଆଯାଇଥିବା ଟିକା ସଂଖ୍ୟା କର୍ମଚାରୀ ସଂଖ୍ୟାଠାରୁ କମ ରହେ, ତେବେ ବୟସ୍କ କର୍ମଚାରୀଙ୍କୁ ଅଗ୍ରାଧିକାର ଦିଆଯିବ ।ଟିକା ଦିଆଯିବାକୁ ଥିବା ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକା ଉପଲବ୍ଧତା ଅନୁସାରେ ସେସନ ପ୍ଲାନିଂ କରାଯିବ ।