ଓୟୁଏଟି ମହିଳା ସହକାରୀ ପ୍ରଫେସରଙ୍କ ଆତ୍ମହତ୍ୟା
ଫ୍ୟାନରେ ଲୁଗା ଲଗାଇ ଝୁଲି ପଡିଲେ ଓୟୁଏଟିର ମହିଳା ସହକାରୀ ପ୍ରଫେସର । ତାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତକ ସହକାରୀ ପ୍ରଫେସର ହେଉଛନ୍ତି ଦେବୀପ୍ରସନ୍ନ ଦାସଙ୍କ ପତ୍ନୀ ବାସନ୍ତୀ ଜେନା । ସୂଚନା ଅନୁସାରେ ଉଭୟ ପତିପତ୍ନୀ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରଫେସର ଅଛନ୍ତି ଏବଂ ସେମାନେ ବିଶ୍ୱବିଦ୍ୟାଳୟର କ୍ୱାର୍ଟର୍ସରେ ରୁହନ୍ତି ।
ଦେବୀପ୍ରସନ୍ନ କହିଛନ୍ତି, ଗତକାଲି ବାସନ୍ତୀ ସ୍ୱାଭାବିକ ଥିଲେ। ଅଫିସ୍ ମଧ୍ୟ ଯାଇଥିଲେ। ଅଫିସରୁ ରାତି ୮ଟାରେ ଫେରିବା ପରେ ମୁଁ ପୁଅକୁ ଧରି ବାହାରକୁ ବୁଲିବାରୁ ଯାଇଥିଲି। ଫେରିବା ପରେ ଗେଟ୍ରେ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲି। କିଛି ସମୟ ପର୍ୟ୍ୟନ୍ତ ବାସନ୍ତୀ ଗେଟ୍ ନ ଖୋଲିବାରୁ ପାଚେରି ଡେଇଁ ଭିତରକୁ ଯାଇଥିଲି ଓ ତାଙ୍କ ମୃତଦେହ ଝୁଲୁଥିବା ଦେଖିଥିଲି। ସେ ଆହୁରି କହିଛନ୍ତି, ଆମ ବିବାହକୁ ୧୦ ବର୍ଷ ହୋଇ ସାରିଥିବା ବେଳେ ଏକ ୬ ବର୍ଷର ପୁଅ ଅଛି। ଉଭୟ ସାଙ୍ଗ ହୋଇ ପଢୁଥିଲୁ। ଏକା ସାଙ୍ଗରେ ଚାକିରି ବି କରିଥିଲୁ। ଆମେ ପ୍ରେମ ବିବାହ କରିଥିଲୁ। ଆମ ଉପରେ ଚାପ ବୋଲି କିଛି ନ ଥିବା ବେଳେ ପୁଅର ସାମାନ୍ୟ ସମସ୍ୟା ଥିଲା, ଯାହାକୁ ନେଇ ସେ ଅଧିକାଂଶ ସମୟରେ ଚିନ୍ତାଗ୍ରସ୍ତ ରହୁଥିଲା। ଏହାବ୍ୟତୀତ ଆଉ କିଛି ସମସ୍ୟା ନ ଥିଲା ବୋଲି କହିଛନ୍ତି ଦେବୀପ୍ରସନ୍ନ।
ତେବେ କେଉଁ କାରଣ ଯୋଗଁ ସେ ଏମିତି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡିନାହିଁ । ଏହା ପଛରେ ପାରିବାରିକ ଅଶାନ୍ତି କାରଣ ହୋଇଥାଏପାରେ ବୋଲି ସନ୍ଦେହ କରାଯାଉଛି । ଦୁହେଁ ପ୍ରେମ ବିବାହ କରିଥିଲେ । ସେପଟେ, ମୃତ ମହିଳାଙ୍କ ସ୍ୱାମୀ କହିଛନ୍ତି, ମୋ ନାଁରେ ଆସୁଥିବା ଅଭିଯୋଗ ସମ୍ପୁର୍ଣ୍ଣ ମିଛ । ମୋର କୌଣସି ଅନୈତିକ ସମ୍ପର୍କ ନାହିଁ, ପୁଅକୁ ନେଇ ସେ କିଛିଦିନ ହେବ ମାନସିକ ଚାପରେ ରହୁଥିଲେ । ସେଥିପାଇଁ ଏପରି କରିଥାଇପାରନ୍ତି ।