THE BYAPINI

ଆଜି ପବିତ୍ର ରାମନବମୀ

Get real time updates directly on you device, subscribe now.

ଆଜି ପବିତ୍ର ରାମନବମୀ । ମର୍ୟ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମତିଥି । ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଭଗବାନଙ୍କ ଠାରୁ ଦୁରେଇ ରହିଥିବା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଆଜି ମିଳନ ହୋଇଛି । ରାମ ନବମୀ ପାଇଁ ରାଜ୍ୟ ତଥା ଦେଶର ରାମ ମନ୍ଦିର, ହନୁମାନ ମନ୍ଦିର ଓ ଧାର୍ମିକ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳ ଚହଳ ଆରମ୍ଭ ହୋଇଯାଇଛି

ଏଥିପାଇଁ ରାଜଧାନୀର ସମସ୍ତ ମଠ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାମଚନ୍ଦ୍ରଙ୍କ ଦର୍ଶନ ନିମନ୍ତେ ରାମ ମନ୍ଦିର, ବିଷ୍ଣୁ ମନ୍ଦିରରେ ଜମିଛି ଭିଡ଼ । ୟୁନିଟ-୩ ସ୍ଥିତ ରାମ ମନ୍ଦିରରେ ସ୍ଵତନ୍ତ୍ର ବିଧି ବ୍ୟବସ୍ଥା କରାଯାଇଛି । ରାମ ମନ୍ଦିରରେ ଠାକୁରଙ୍କ ରୀତିନୀତି ଅନୁଯାୟୀ ନୀତିକାନ୍ତି କରାଯିବା ନେଇ ନୀତି ନିର୍ଘଣ୍ଟ ହୋଇଛି । ଫୁଲ ଏବଂ ଫଳ ଓ ଆଲୋକମାଳାରେ ମନ୍ଦିରକୁ ସଜାଇ ମହାସମାରୋହରେ ଶ୍ରୀରାମ ନବମୀ ଅନୁଷ୍ଠିତ ହେଉଛି ।

ଚଳିତବର୍ଷ ସର୍ବସାଧାରଣଙ୍କ ପାଇଁ ଦର୍ଶନ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ ବ୍ୟବସ୍ଥା କରାଯିବା ସହ ପୋଲିସ୍ ନିୟୋଜିତ ହୋଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.