THE BYAPINI

କଟାମୁଣ୍ଡ ପଛର କାହାଣୀ

Get real time updates directly on you device, subscribe now.

କଟା ମୁଣ୍ଡ ଘଟଣା ଉପରୁ ଉଠିଲା ପରଦା । ଭୁବନେଶ୍ୱର ଅନ୍ଧାରୁଆ-ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟା ଘଟଣା ଉପରୁ ପରଦା ହଟାଇବାରେ ସଫଳ ହୋଇଛି କମିସନରେଟ୍ ପୁଲିସ୍ । ପୋଲିସର ସୂଚନା ଅନୁଯାୟୀ ଏହି ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ ହେଉଛି ବିବାହ ବିବାଦ । ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ମୁଣ୍ଡକଟା ହୋଇଥିବା ଜଣାପଡିଛି ।

ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ ହତ୍ୟାକାଣ୍ଡ ସଂପର୍କରେ ସୂଚନା ଦେଇଛନ୍ତି । ମୃତ ମହିଳା ହେଉଛନ୍ତି ଭୁବନେଶ୍ୱର ଧିରିକୁଟି ବସ୍ତିର ପୁଷ୍ପଲତା ରାଉଳ । ମହିଳାଙ୍କୁ ଗଂଜାମ ଅଂଚଳର ସଂଜୟ ନାମକ ଜଣେ ବୋଡ୍ରାଇଭର ହତ୍ୟା କରିଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି । ମହିଳାଙ୍କୁ ଗଂଜାମ ଅଂଚଳର ସଂଜୟ ନାମକ ଜଣେ ବୋଲେରୋ ଡ୍ରାଇଭର ହତ୍ୟା କରିଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି । ସଞ୍ଜୟ ତାଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରିଥିଲା । ପରେ ସହଯୋଗୀ ଚନ୍ଦୁ ସହ ମିଶି ମୃତଦେହକୁ ଏକ ବୋଲେରୋ ଗାଡ଼ିରେ ନେଇଯାଇଥିଲା । ପ୍ରମାଣ ନଷ୍ଟ ପାଇଁ ମହିଳାଙ୍କ ମୁଣ୍ଡ କାଟିବା ପାଇଁ ଗ୍ଲୋବ୍‌ସ ଏବଂ ଛୁରି କିଣିଥିଲେ । ସେଥିରେ ମୁଣ୍ଡ କାଟି ଏକ ଭିନ୍ନ ସ୍ଥାନରେ ଫିଙ୍ଗିଦେଇଥିଲେ । ମୃତଦେହଠାରୁ କଟା ମୁଣ୍ଡ ଦୁଇ କିଲୋମିଟର ଦୂରରେ ପଡ଼ିଥିଲା । ଘଟଣାସ୍ଥଳକୁ ଦୁଇ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏଟ୍ କରିଥିଲା ପୋଲିସ ।

ମାସେ ହେବ ସେ ସଞ୍ଜୟଙ୍କ ସହ ଫୁଲେଶ୍ବରୀ ବସ୍ତିରେ ରହିବାକୁ ଲାଗିଥିଲେ । ମହିଳାଙ୍କ ସ୍ବାମୀଙ୍କ ଦେହାନ୍ତ ପରେ ସେ ସଞ୍ଜୟ ସଂପର୍କରେ ଆସିଥିଲେ । ପୂର୍ବରୁ ସଞ୍ଜୟ ପୁଷ୍ପଲତାଙ୍କ ଘରେ ରହୁଥିଲେ । ଗତ ୬ ବର୍ଷ ହେବ ପୁଷ୍ପଲତା ସଞ୍ଜୟଙ୍କୁ ଜାଣିଥିଲେ । ପରେ ପୁଷ୍ପଲତା ତାରିଣୀନଗର ବସ୍ତିରେ ନିଜେ ଏକ ଘରେ କରି ଏକା ରହିବାକୁ ଲାଗିଥିଲେ । କିନ୍ତୁ ବେଳେ ବେଳେ ସଞ୍ଜୟର ଘର ଫୁଲେଶ୍ବରୀ ବସ୍ତିକୁ ମଧ୍ୟ ଆସୁଥିଲେ । ଡିସେମ୍ବର ୨୪ ତାରିଖରେ ପୁଷ୍ପଲତା ପ୍ରୀତିରଞ୍ଜନ ପତି ନାମକ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ପ୍ରୀତିରଞ୍ଜନଙ୍କ ସହ ବିବାହର କିଛି ଦିନ ପରେ ସେ ପୁଣି ସଞ୍ଜୟଙ୍କୁ ନିକଟକୁ ଫେରିଆସିଥିଲେ । ପୁଷ୍ପଲତାଙ୍କ ବିବାହକୁ ନେଇ ସଞ୍ଜୟ ଏବଂ ପୁଷ୍ପଲତାଙ୍କ ମଧ୍ୟରେ ବିବାଦ ହୋଇଥିଲା । ଫେବୃଆରୀ ୩ ତାରିଖ ସନ୍ଧ୍ୟା ୫ଟା ବେଳେ ସଞ୍ଜୟ ପୁଷ୍ପଲତାଙ୍କ ତଣ୍ଡିଚିପି ହତ୍ୟା କରିଥିଲା ।

ଅପରାଧ ଘଟାଇବା ପରେ ଉଭୟ ସଂଜୟ ଓ ତା ସହଯୋଗୀ ଦଶପଲ୍ଲାରେ ଜଣେ ବନ୍ଧୁଙ୍କ ଘରେ ରହିଥିଲେ । ଅପରାଧରେ ବ୍ୟବହୃତ ବୋଲେରୋ ଗାଡି, ପୁଷ୍ପଲତାଙ୍କ ମୋବାଇଲ୍, କଟା ମୁଣ୍ଡ ଜବତ କରାଯାଇଛି । ଗତ ୪ ତାରିଖ ଦିନ ଭୁବନେଶ୍ୱର ଅନ୍ଧାରୁଆ-ଦାସପୁର ରାସ୍ତା କଡ଼ରୁ ପୁଷ୍ପଲତାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା । ମହିଳାଙ୍କ ପରିଚୟ ଜାଣିବା ପାଇଁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ମଧ୍ୟ ମରାଯାଇଥିଲା । ମହିଳାଙ୍କ ସମ୍ପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ପୂର୍ବରୁ ପୋଲିସ ଘୋଷଣା କରିଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.