THE BYAPINI

ପରିଚୟ ଦେଲେ ପଚାଶ ହଜାର

Get real time updates directly on you device, subscribe now.

ଭୁବନେଶ୍ୱର ଚନ୍ଦକା ରାସ୍ତା ଦାଶପୁର ଅଞ୍ଚଳରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ଅନ୍ଧାରରେ ବାଡି ବୁଲାଉଛି କମିସନରେଟ ପୋଲିସ । ତେବେ ପୁଲିସ ହାତରେ ଲାଗିଛି ପ୍ରଥମ ପୋଷ୍ଟମର୍ଟମ ରିପୋର୍ଟ । ମହିଳାଙ୍କ ତଂଟି ଚିପି ହତ୍ୟା ପରେ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ କାଟି ଲଗା କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ଅଧିକ ପ୍ରମାଣ ପାଇଁ ଆଉ ଥରେ ମୃତଦେହର ବ୍ୟବଚ୍ଛେଦ କରାଇଛି ଚନ୍ଦକା ଥାନା ପୋଲିସ । ଏମ୍ସରେ କରାଯାଇଛି ଦ୍ବିତୀୟ ଥର ଶବ ବ୍ୟବଚ୍ଛେଦ । ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ କରାଯାଇଥିଲା ପୋଷ୍ଟମର୍ଟମ ।

ମହିଳାଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରାଯାଇଛି। ତଣ୍ଟି ଚିପି ଦେବାରୁ ଶ୍ୱାସରୁଦ୍ଧ ହୋଇ ମହିଳାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ଦ୍ୱିତୀୟ ଥର କରାଯାଇଥିବା ଶବ ବ୍ୟବଚ୍ଚେଦ ରିପୋର୍ଟ ଏଯାଏ ପୁଲିସ ହାତରେ ଲାଗିନି । ମୃତ ମହିଳାଙ୍କ ମୃତ୍ୟୁ କେମିତି ହେଲା? କଟା ମୁଣ୍ଡ କୁଆଡେ ଗଲା? ଆଉ ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ପୁଲିସ ଛାନଭିନ କରୁଛି ।

ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ଏକ ପୋଷ୍ଟର ବନାଯାଇଛି । ମହିଳାଙ୍କ ପୋଷାକ ଆଧାରରେ ଏହି ପୋଷ୍ଟର ବନାଯାଇଛି । ପୋଷ୍ଟରକୁ ସର୍ବସାଧାରଣ ସ୍ଥାନରେ ପଲିସ ପକ୍ଷରୁ ଲଗାଯାଇଛି । ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ମୃତ ମହିଳାଙ୍କ ପୋଷ୍ଟର ଲଗାଇଛି ଚନ୍ଦକା ଥାନା ପୋଲିସ । ଯଦି କୌଣସି ବ୍ୟକ୍ତି ମହିଳାଙ୍କ ପରିଚୟ ଦିଅନ୍ତି ,ତାଙ୍କ ନାମ ଗୋପନ ରଖାଯିବ । ଏବଂ ତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି କମିସନରେଟ ପୋଲିସ ଘୋଷଣା କରିଛି ।

ପୋଷ୍ଟରରେ ମହିଳାଙ୍କ ସଂପର୍କରେ ତଥ୍ୟ ଦିଆଯାଇଛି । ମହିଳା ବୟସ ୩୦ରୁ ୩୫ ଓ ଡାହାଣ ହାତରେ ତ୍ରିଶୁଳ ଚିତା ରହିଛି । ମହିଳାଙ୍କ ଉଚ୍ଚତା ୫ ଫୁଟ ୩ ଇଞ୍ଚ ରହିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ମହିଳାଙ୍କ ସଂପର୍କରେ ପରିଚୟ ପ୍ରଦାନ ପାଇଁ ୨ଟି ନମ୍ବର ମଧ୍ୟ ଦିଆଯାଇଛି ।୮୨୮୦୩୩୮୩୨୩ ଓ ୮୨୮୦୩୩୮୨୯୬ ନମ୍ବର ଜାରି କରିଛି ପୋଲିସ ।ଗତ ୪ ତାରିଖ ସକାଳୁ ଭୁବନେଶ୍ବର ଭରତପୁର ଚନ୍ଦକା ରାସ୍ତାର ଦାଶପୁର ଅଂଚଳ ରାସ୍ତାକଡ଼ରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ପଡିଥିଲା । ମୃତଦେହ ଦେଖି ଚନ୍ଦକା ଥାନାକୁ ଖବର ଦେଇଥିଲେ ଲୋକେ । ଘଟଣାସ୍ଥଳରେ ପହଞ୍ଚିଥିଲା କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ବାଡ଼୍ । ପରେ ପରେ ଫୋରେନସିକ୍‌ ଟିମ୍‌ ଏବଂ ଡଗ୍‌ ସ୍କ୍ବାଡ଼୍ ମଧ୍ୟ ପହଞ୍ଚିଥିଲା । ମୃତଦେହ ପଡ଼ିଥିବା ସ୍ଥାନରେ ଥିବା ବୁଦା ନିକଟରୁ ଏକ ଧଳା ବ୍ୟାଗରେ କିଛି ଶାଢ଼ୀ ଓ ଡ୍ରେସ୍‌ ମଧ୍ୟ ମିଳିଥିଲା । ମୃତଦେହ ପାଖରୁ ମିଳିଥିଲା ରକ୍ତଲଗା ଛୁରି, ଗ୍ଲୋବ୍‌ସ୍‌ ।

Get real time updates directly on you device, subscribe now.

Leave A Reply

Your email address will not be published.