THE BYAPINI

କଟା ମୁଣ୍ଡକୁ ଖୋଜୁଛି ପୁଲିସ

Get real time updates directly on you device, subscribe now.

ଭୁବନେଶ୍ୱର ଚନ୍ଦକାରେ ମୁଣ୍ଡହୀନ ମହିଳାଙ୍କ ମୃତଦେହ ମିଳିବା ପରେ କଟାମୁଣ୍ଡ୍କୁ ଖୋଜୁଛି ପୁଲିସ । ସନ୍ଧାନୀ କୁକୁର ସହାୟତାରେ ଘଟଣା ସ୍ଥଳରେ ଛାନଭିନ କରିଛି କମିସନରେଟ ପୁଲିସ । ଏହି ହତ୍ୟାକାଣ୍ଡ ପଛରେ ଏକାଧିକ ବ୍ୟକ୍ତିଙ୍କ ହାତ ଥିବା ସନ୍ଦେହ କରାଯାଉଥିବା ବେଳେ ଏଡିସିପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ।

ମହିଳାଙ୍କ ମୁଣ୍ଡନଥିବାରୁ ଚିହ୍ନଟ କରିବା କମିସନରେଟ ପୁଲିସର ମୁଣ୍ଡ ବ୍ୟଥା ବଢାଇଛି । ମହିଳାଙ୍କୁ ଚିହ୍ନଟ କରିବାକୁ ରାଜ୍ୟ ବାହାରକୁ ଓ ରାଜ୍ୟର ସବୁ ଜିଲ୍ଲାର ପୁଲିସକୁ ତଥ୍ୟ ମଗାଯାଇଥିବା ଭୁବନେଶ୍ୱର ଡିସିପି କହିଛନ୍ତି । ମହିଳା ପିନ୍ଧିଥିବା ପୋଷାକ ଆଧାରରେ ଏକ ପୋଷ୍ଟର ବନାଯିବ । ଆଉ ଏହି ପୋଷ୍ଟର ସର୍ବସାଧାରଣ ସ୍ଥାନରେ ଲଗାଯିବ । ମହିଳାଙ୍କୁ ଅନ୍ୟ କେଉଁଠି ହତ୍ୟା କରାଯାଇ ଏଠାରେ ଫିଙ୍ଗାଯାଇଥିବା ଅନମାନ କରାଯାଉଛି ବୋଲି ଡିସିପି କହିଛନ୍ତି ।

ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳର ଯାଂଚ କରି ରକ୍ତଭିଜା ଛୁରୀ ଓ ଗ୍ଲୋବସ ଜବତ କରିଛି ପୋଲିସ । ତେବେ ତଦନ୍ତ ବେଳେ ଘଟଣାସ୍ଥଳରେ ଥିବା ଡଗସ୍କ୍ବାର୍ଡ ରକ୍ତଭିଜା ଛୁରୀ ଆଉ ଗ୍ଲୋବସକୁ ସୁଙ୍ଗି ପାଖାପାଖି ଏକ କିଲୋମିଟର ପର୍ୟ୍ୟନ୍ତ ଦୌଡିଥିଲା । ଆଉ ପାଖରେ ଥିବା ଓଡିଶା ବାୟୋଟେକ ପାର୍କରେ ସିଧା ପହଂଚିଥିଲା । ବାୟୋଟେକର ମୁଖ୍ୟ ଫାଟକ ନୁହେଁ ବରଂ ପଛପଟେ ଭାଙ୍ଗିଯାଇଥିବା ପାଚେରୀର ଗଳାବାଟଟିକୁ ଇସାରା କରୁଥିଲା । ଆଉ ପରେ ମୁଖ୍ୟ ଫାଟକକ ସାମନାକୁ ଯାଇ କିଛି ଇସାରା କରିଥିଲା । ଗତକାଲି ପୋଲିସକୁ ଇସାରା ଦେଇଥିବା ପ୍ରତିଟି ଯାଗାକୁ ସାଇଂଟିଫିକ ଟିମ ସହ ଯାଇ ସରଜମିନ ତଦନ୍ତ କରିଛି ପୋଲିସ ।

Get real time updates directly on you device, subscribe now.

Leave A Reply

Your email address will not be published.