THE BYAPINI

‘ରାଜ୍ୟରେ କେବେ ବି ବଢିପାରେ ସଂକ୍ରମଣ…ଢିଲା ହୁଅନ୍ତୁନି’

Get real time updates directly on you device, subscribe now.

କରୋନା ସ୍ଥିିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । ଡବ୍ଲୁଏଚଓ ୧୦ ଦିନ ଆଗରୁ ରିପୋର୍ଟ ଦେଇଛି ଭାରତରେ ମହାମାରୀ ଏଣ୍ଡେମିକ୍ ଆଡକୁ ଯାଉଛି । ହୁର ରିପୋର୍ଟକୁ ଗ୍ରହଣ କରିବାକୁ ହେବ । କିନ୍ତୁ ଆମେ ୧୦୦ ପ୍ରତିଶତ ନିଶ୍ଚୟ ନୁହେଁ । ପ୍ରତି ମଡେଲର ଅପ୍ ଡାଉନ୍ ଅଛି । ଏହି କ୍ଷେତ୍ରରେ ବି ହୋଇପାରେ । ଆମେ ଆଶ୍ବସ୍ତ ହେବା ନାହିଁ । ଲକ୍ଷଣ ଆସିଲେ ଡାକ୍ତରଖାନା ଆସିବା ।
କେରଳରେ ବଢି ବଢି ଚାଲିଥିଲା, ଏବେ କମୁଛି । ସେହିପରି ବର୍ତ୍ତମାନ ମହାରାଷ୍ଟ୍ରରେ ବଢୁଛି, ପରେ କମିବ । ତେଣୁ ସେହି ମଡେଲ ଦେଖିଲେ ଆମେ ଢିଲା ହେବା ନାହିଁ । ଯଦିଓ ଆମେ ଭଲ ସ୍ଥିତିରେ ଅଛୁ । ଆମର ପଜିଟିଭିଟି ରେଟ୍ କମ୍ ଅଛି । ହସପିଟାଲାଇଜେସନ ହାର କମ୍ ଅଛି । ହେଲେ ବିପଦ ନିଶ୍ଚୟ ଅଛି । ଆମ ରାଜ୍ୟରେ କେବେ ବି ବଢି ପାରେ । ତେଣୁ କଟକଣା ଆମ ରାଜ୍ୟରେ ଚାଲୁ ରହିବ । ନିଜ ଦାୟିତ୍ବ ନିଜେ ନିଅନ୍ତୁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହୁଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.