THE BYAPINI

ଏଏନଏମଙ୍କୁ ମିଳିବ ନିଯୁକ୍ତି

Get real time updates directly on you device, subscribe now.

ଦୀର୍ଘଦିନ ହେବ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ କରୁଥିବା ଏଏନଏମ କର୍ମୀଙ୍କୁ ଆଶ୍ୱସ୍ତି । ବିଧାନସଭାରେ ବିବୃତି ରଖି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯୋଗ୍ୟତା ଭିତିରେ ଆନ୍ଦୋଳନରତ ଏଏନଏମଙ୍କୁ ଦିଆଯିବ ନିଯୁକ୍ତି । ରାଜ୍ୟରେ ୧୦୯୯ ଖାଲି ଥିବା ଏଏନ୍‌ଏମ୍‌ ପଦବୀରେ ନିଯୁକ୍ତ ଦିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣ ବଢିଥିବା ସମୟରେ ଏଏନଏମଙ୍କୁ ନିଯୁକ୍ତି ଦିଆଯାଇଥିଲା । କୋଭିଡ୍‌ ସମୟରେ ଏଏନ୍‌ଏମ୍‌ଙ୍କୁ ସର୍ତ୍ତ ମୂଳକ ନିଯୁକ୍ତି ଦିଆଯାଇଥିଲା। ତେବେ ୯୦ ଦିନ ପାଇଁ ଏହି ଅସ୍ଥାୟୀ ନିଯୁକ୍ତି ଦିଆଯାଇଥିବା ବେଳେ, କରୋନା କମିଯିବା ପରେ ସେମାନଙ୍କୁ ଛଟେଇ କରାଯାଇଛି । ଏହାର ପ୍ରତିବାଦ କରି ଏଏନଏମ୍ କର୍ମୀ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି । ତେବେ ଯୋଗ୍ୟତା ଭିର୍ତିରେ ୧୦୯୯ ଖାଲି ପଡିଥିବା ପଦବୀ‌ରେ ଏଏନ୍‌ଏମ୍‌ଙ୍କୁ ନିଯୁକ୍ତି ଦିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ନିଜ ବିବୃତ୍ତିରେ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.