‘ଆମେ ନେବୁନି କରୋନା ଟିକା’
ସାରା ଦେଶରେ ମେଗା ଟିକାକରଣ ଆରମ୍ଭ ହୋଇଥିବା ବେଳେ କୋଭିଡ ଟିକାକୁ ସ୍ୱାସ୍ଥ୍ୟକର୍ମୀଙ୍କ ନା । ଓଡିଶା ନିଆଳିରେ ଆଜି ସ୍ୱାସ୍ଥ୍ୟକର୍ମୀ ମାନେ କୋଭିଡ ଟିକାକୁ ବର୍ଜନ କରିଛନ୍ତି । ନିଆଳି ଡାକ୍ତରଖାନାରେ ଏନଏମ କର୍ମୀ ମାନେ କରୋନା ଟିକା ନେବାକୁ ମନା କରିଦେଇଛନ୍ତି ।
କୋଭିଡ଼ ଟିକାକୁ ନା । କଟକ ଜିଲ୍ଲା ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରେ ଟିକା ନେଲେ ନାହିଁ ସ୍ୱାସ୍ଥ୍ୟକର୍ମୀ । ସ୍ୱାସ୍ଥ୍ୟକର୍ମୀମାନେ ଟିକା ବର୍ଜନ କରିବା ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଗଣ ଧାରଣ ଦେଇଛନ୍ତି । କୋଭିଡ୍ କେୟାର ହୋମ ପାଇଁ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ପୁନଃ ନିଯୁକ୍ତି ଦାବି କରି ୧୫ରୁ ୧୬ ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେଲେ ନାହିଁ । ସ୍ୱାସ୍ଥ୍ୟକର୍ମୀ ମାନେ ବିଭିନ୍ନ ଗ୍ରାମ ପଂଚାୟତରେ ଖୋଲା ଯାଇଥିବା କୋଭିଡ୍ କେୟାର ସେଂଟରରେ କାମ କରୁଥିଲେ ।
ଏଏନଏମ କର୍ମୀମ।।ନେ ଅଭିଯୋଗ କରିଛନ୍ତି ଯେ, ଯେତେବେଳେ ଜରୁରୀ ସମୟରେ ସରକାରଙ୍କ ଦରକାର ଥିଲା । ସେତେବେଳେ ନିଯୁକ୍ତି ଦେଲେ । ସେମାନେ କୋଭିଡ ଲଢେଇରେ ସମସ୍ତ ସହଯୋଗ କଲେ । ହେଲେ ଏବେ କାମ ସରିଯିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ତାଙ୍କୁ ଚାକିରିରୁ ବାହାର କରିଦେଲେ । ଏଯାଏଁ ବକେୟା ଦରମା ଦେଇ ନାହାନ୍ତି ସରକାର। ତେଣୁ ଏହି ଏଏନଏମ କର୍ମୀମାନେ ଟିକା ବର୍ଜନ କରିଛନ୍ତି । ସରକାରଙ୍କ କରୋନା ଟିକା ତାଲିକାରେ ସ୍ୱାସ୍ଥ୍ୟକର୍ମୀଙ୍କ ନାଁ ଥିଲେ ମଧ୍ୟ ସେମାନେ ଟିକା ନେଇନାହାନ୍ତି । ପୁନଃ ନିଯୁକ୍ତି ଦାବିରେ ଜିଦରେ ଅଡି ବସିଛନ୍ତି ଏଏନଏମ କର୍ମୀ ।