‘ଆଜି ଟିକା ନପହଚିଂଲେ, ଶନିବାରଠୁ ଟିକାକରଣ ବନ୍ଦ’
କରୋନା ସଂକ୍ରମଣ ଯେତେବେଳେ ଦେଶ ଓ ରାଜ୍ୟରେ ବଢିଚାଲିଛି ସେତେବେଳେ ଦେଖାଦେଇଛି ଟିକାର ଅଭାବ । ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟସରକାର ଟିକାକରଣକୁ ଜୋରଦାର କରୁଥିବା ବେଳେ ଏବେ ଦେଖାଦେଇଛି ଟିକାର ଅଭାବ । ଆଜି ସନ୍ଧ୍ୟା ସୁଦ୍ଧା ଯଦି ଟିକା ନପହଚେଂ ଶନିବାରଠୁ ଟିକାକରଣ ବନ୍ଦ ହୋଇଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।
ରାଜ୍ୟରେ ଟିକାକରଣ ଲାଗି ଦିନକୁ ୨.୫ ଲକ୍ଷ ଟିକା ଦରକାର। ଓଡ଼ିଶାରେ ମାତ୍ର ୦.୫ ଟିକା ନଷ୍ଟ ହୋଇଛି। ୧୦ ଦିନ ପାଇଁ ଆମକୁ ୧୫ ଲକ୍ଷ ଟିକା ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି ଲେଖାଯାଇଛି । ହେଲେ ଏ ଯାଏ ଟିକା ଆସିନି। ଆଜି ସନ୍ଧ୍ୟା ସୁଦ୍ଧା ନ ଆସିଲେ ଶନିବାରରୁ ବନ୍ଦ ହେବ ଟିକାକରଣ ।
ସଂକ୍ରମଣ ବୃଦ୍ଧି ପାଉଥିବା ରାଜ୍ୟରୁ ଓଡ଼ିଶା ଆସୁଥିବା ଲୋକମାନଙ୍କର ଆରଟିପିସିଆର୍ ଟେଷ୍ଟିଂ କରାଯିବ। ସେମାନେ ୭ ଦିନ ସଙ୍ଗରୋଧରେ ରହିବେ। ପଶ୍ଚିମବଙ୍ଗ ଫେରନ୍ତାଙ୍କର ବି ପରୀକ୍ଷା ହେବ। ସଂକ୍ରମଣ ବଢ଼ୁଥିବାରୁ ସରକାରୀ ଓ ଘରୋଇ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆସରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।