୬ ଘଣ୍ଟାରେ ନେବ ବାତ୍ୟାର ରୂପ!
ମାଡିଆସୁଛି ବାତ୍ୟା । ଆଗାମୀ ୬ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବ ଗଭୀର ଅବପାତ । ଗୋପାଳପୁରଠାରୁ ୪୭୦ କିମି ଦୂରରେ ପୂର୍ବ ଓ ଦକ୍ଷିଣ-ପୂର୍ବକୁ ରହିଛି । ସେହିପରି କଳିଙ୍ଗପଟ୍ଟନମର ପୂର୍ବରେ ୫୪୦ କିମି ଦୂରରେ ରହିଛି ଅବପାତ । ୨୬ ତାରିଖ ସନ୍ଧ୍ୟାରେ ଦକ୍ଷିଣ ଓଡିଶା ଅତିକ୍ରମ କରିବାର ସମ୍ଭାବନା ରହିଛି । ୬ ଘଣ୍ଟା ହେବ ୧୪ କିମି ବେଗରେ ଗତି କରୁଛି ଗଭୀର ଅବପାତ ।
ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସି ପ୍ରଦୀପ ଜେନାଙ୍କ ସୂଚନା । ରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟାର ରୂପ ନେଇପାରେ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ । ଗୋପାଳପୁର ପୂର୍ବ, ଦକ୍ଷିଣ ପୂର୍ବରୁ ପ୍ରାୟ ୫୧୦ କିଲୋମିଟର ଦୂରରେ ଏହା ଗତି କରୁଛି । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଆଡକୁ ଗତି କରୁଛି । ୧୨ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ଆସୁଛି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବ । କଳିଙ୍ଗପଟ୍ଟନମ ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା । ରବିବାର,ସୋମବାର ଦିନ ବର୍ଷା ଜାରି ରହିବ । ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି ୪୨ଟି ଓଡ୍ରାଫ,୨୪ଟି ଏନଡିଆରଏଫ ଟିମ ସଜା ଅଛନ୍ତି । ୧୦୨ଟି ଅଗ୍ନିଶମ ଟିମ ମଧ୍ୟ ସଜାଗ ଅଛନ୍ତିା
ତେବେ ସମ୍ଭାବ୍ୟ ବାତ୍ୟା ପାଇଁ ୪ ରୁ ୫ ଜିଲ୍ଳାରେ ଅତି ପ୍ରବଳ ବର୍ଷା ହୋଇପାରେ । ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, କୋରାପୁଟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ହୋଇପାରେ । ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବଢିବ ।