THE BYAPINI

ତଳକୋର୍ଟଙ୍କ ରାୟକୁ କାଏମ୍‌ ରଖିଲେ ହାଇକୋର୍ଟ

Get real time updates directly on you device, subscribe now.

ବ୍ରହ୍ମପୁର ବହୁ ଚର୍ଚ୍ଚିତ ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ ସାହୁ ମାମଲାରେ ତଳ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ଓଡ଼ିଶା ହାଇକୋର୍ଟ। ପ୍ରତିମାସ ୧୦ ତାରିଖ ସୁଦ୍ଧା ଭରଣପୋଷଣ ବାବଦକୁ ଡାକ୍ତର ସୁମିତ ତପସ୍ୱିନୀଙ୍କୁ ମାସିକ ୧୭ ହଜାର ଟଙ୍କା ଦେବେ । ତଳ କୋର୍ଟ ଏପରି ରାୟ ଦେଇଥିଲେ । ଏହାପରେ ସୁମିତ ତଳ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ । ଏବେ ଏହି ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ । ଫେବୃଆରୀ ୧୫ରେ ଏହି ମାମଲାର ପରବର୍ତୀ ଶୁଣାଣି ରହିଛି ।
୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ସୁମିତଙ୍କୁ ସେ କୋର୍ଟ ମ୍ୟାରେଜ କରିଥିଲେ । ଏମିତିକି ବିବାହ ପରେ ସେହି ଘରେ ୬ ମାସ ଧରି ବୋହୂ ଭାବେ ବିତାଇଥିଲେ ବୋଲି ତପସ୍ୱିନୀ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ। ଏପରିକି ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ମଧ୍ୟ କଥା ରଖିନଥିବାରୁ ,ଉପାୟ ନପାଇ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହୋଇଥିଲେ ତପସ୍ୱିନୀ।
ଏସଡିଜେଏମ ମାମଲାକୁ ବିଚାର କରି ଡାକ୍ତର ସୁମିତ ଓ ତପସ୍ୱିନୀ ୭ ଦିନ ଏକାଠି ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଘରଠାରୁ ବାହାରେ ରହିବା ପାଇଁ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଉଭୟ ଆସିକା ଚିନି କଳ ଗେଷ୍ଟ ହାଉସ୍‌ରେ ୭ ଦିନ ଧରି ରହିଥିଲେ। ହେଲେ କଳି ସମାଧାନ ହୋଇନଥିଲା। ୭ ଦିନ ପରେ ହଠାତ୍‌ ସୁମିତ କେଉଁ ଆଡ଼େ ଚାଲି ଯାଇଥିଲେ। ଯାହାକୁ ନେଇ ତପସ୍ୱିନୀ ଥାନାରେ ଅଭିଯୋଗ କରିଥିଲେ। ବହୁ ଖୋଜା ଖୋଜି ପରେ ସୁମିତଙ୍କ ପତ୍ତା ମିଳିଥିଲା। ଏହା ପରେ ମାମଲା ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟକୁ ଯାଇଥିଲା। କୋର୍ଟ ମାମଲାକୁ ବିଚାର କରି ତପସ୍ୱିନୀଙ୍କୁ ମାସିକ ଭରଣପୋଷଣ ବାବଦକୁ ୧୭୦୦୦ ଟଙ୍କା ଓ ଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧରେ ହାଇକୋର୍ଟ ଯାଇଥିଲେ ଡାକ୍ତର ସୁମିତ ସାହୁ।

Get real time updates directly on you device, subscribe now.

Leave A Reply

Your email address will not be published.