THE BYAPINI

ଏସ୍‌ଆଇଟି ତଦନ୍ତରେ ଖୁସି ନାହାନ୍ତି ହାଇକୋର୍ଟ!

Get real time updates directly on you device, subscribe now.

ନୟାଗଡ ପରୀ ମୃତ୍ୟୁ ମାମଲାରେ ଏସଆଇଟି ତଦନ୍ତକୁ ନେଇ ଖୁସି ନାହାନ୍ତି ହାଇକୋର୍ଟ । ଏହି ମାମଲାରେ ତଦନ୍ତ ବିଶେଷ ଆଗେଇନଥିବା କହିଛନ୍ତି କୋର୍ଟ । କୋର୍ଟଙ୍କୁ ବନ୍ଦ ଲଫାପାରେ ଷ୍ଟାଟସ ରିପୋର୍ଟ ଦିଆଯାଇଛି । ହେଲେ ଅଭିଯୁକ୍ତଙ୍କୁ ଧରିବା ଭଳି ତଦନ୍ତ ଆଗେଇ ନଥିବା କୋର୍ଟ କହିଛନ୍ତି । ଆସନ୍ତା ୨୪ରେ ମାମଲାର ପରବର୍ତୀ ଶୁଣାଣୀ କରାଯିବ ।

ବୁଧବାର ଦିନ ହାଇକୋର୍ଟରେ ପରୀ ମୃତ୍ୟୁ ମାମଲା ନେଇ କ୍ରାଇମବ୍ରାଂଚ ଏସଆଇଟି ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲା । ରିପୋର୍ଟ ଦାଖଲ ପରେ ଜଣାପଡିଥିଲା ଯେ ପରୀକୁ ଯୌନ ନିର୍ଯାତନା ଦେବା ପରେ ହତ୍ୟା କରାଯାଇଛି । ପରୀର ପୋଷାକରୁ ଏସଆଇଟି ସିମେନ ପାଇଥିବା ନେଇ ମଧ୍ୟ ଜଣାପଡିଥିଲା ।ଏହା ପରେ ତଦନ୍ତ ନିର୍ଣ୍ଣାୟକ ମୋଡ଼ରେ ପହଚିଂଗଲା ବୋଲି ସାଧାରଣରେ ଚର୍ଚ୍ଚା ହୋଇଥିଲା । କିନ୍ତୁ ହାଇକୋର୍ଟ ଏଭଳି ମନ୍ତବ୍ୟ ଦେବା ପରେ ପୁରା ଘଟଣାଟି ଗୋଳିଆ ହୋଇଗଲା ପରି ଜଣାପଡୁଛି । ଏସଆଇଟି ପକ୍ଷରୁ ଦିଆଯାଇଥିବା ରିପୋର୍ଟକୁ କୋର୍ଟ ଭଲ ଭାବେ ତର୍ଜମା କରିବା ପରେ ତଦନ୍ତ ବିଶେଷ ଅଗ୍ରଗତି ହୋଇନଥିବା କହିଛନ୍ତି । ହାଇକୋର୍ଟଙ୍କ ଏଭଳି ଟିପ୍ପଣୀ ପରେ ଏସଆଇଟିର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠିଛି । ତେବେ ଆସନ୍ତ ୨୪ରେ ପୁଣି ଥରେ ମାମଲାର ପରବର୍ତୀ ଶୁଣାଣି କରାଯିବ । ତଦନ୍ତ କେତେବାଟ ଆଗେଇଛି ସେ ନେଇ ପ୍ରୋଗେସ ରିପୋର୍ଟ ଦେବାକୁ କହିଛନ୍ତି ହାଇକୋର୍ଟ ।

ପରୀ ମାମଲାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି । ରାଜନୀତି ମଧ୍ୟ ବେଶ ସରଗରମ ହୋଇଛି । ଏସଆଇଟି ଏହାର ତଦନ୍ତ କରୁଥିବା ବେଳେ ପରୀକୁ କିଏ ହତ୍ୟା କରିଛି, କାହିଁକି ହତ୍ୟା କରିଛି, ଏହା ପଛର ମୁଖ୍ୟ ଖଳନାୟକ କିଏ ଜାଣିବା ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.