THE BYAPINI

ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ

Get real time updates directly on you device, subscribe now.

ଟେଷ୍ଟିଂ ବଢିଲେ, ପଜିଟିଭ ବଢୁଛି । ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିର ମାଡିଚାଲିଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ଲକଡାଉନ, ସଟଡାଉନ ସତ୍ୱେ କମିବାର ନାଁ ନେଉନାହିଁ ସଂକ୍ରମଣ । ଦେଶରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ରାଜ୍ୟରେ କିନ୍ତୁ ବଢିଚାଲିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୬୭ ହଜାର ୫୬ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୧୨ ହଜାର ୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଦ୍ୱିତୀୟ ଲହରର ଏଯାଏ ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ । ଖୋର୍ଦ୍ଧାରୁ ସର୍ବାଧିକ ୧୯୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ- ୧୦୭୩, ସୁନ୍ଦରଗଡ଼ରୁ- ୮୪୮, ଅନୁଗୁଳରୁ- ୮୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୮୭୪ ଜଣ, ବାଲେଶ୍ୱରରୁ ୫୦୮ ଜଣ, ବରଗଡ଼ରୁ ୪୬୧ ଜଣ, ଭଦ୍ରକରୁ ୧୫୧ ଜଣ, ବଲାଙ୍ଗୀରରୁ ୨୭୪ ଜଣ, ବୌଦ୍ଧରୁ ୩୪୭ ଜଣ, ଦେବଗଡରୁ ୧୦୫ ଜଣ, ଢେଙ୍କାନାଳରୁ ୪୮୨ ଜଣ, ଗଜପତିରୁ ୭୭ ଜଣ, ପୁରୀରୁ- ୪୭୨, ମୟୂରଭଞ୍ଜରୁ- ୫୮୬ ଜଣ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୯୨ ହଜାର ୩୮୨କୁ ବୃଦ୍ଧି ପାଇଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଜି ରାଜ୍ୟରେ ମୃତ୍ୟୁସଂଖ୍ୟା ବି ବଢିଛି। ସୂଚନା ଅନୁସାରେ, ୨୪ ଘଂଟାରେ ୨୮ ଜଣଙ୍କ ପ୍ରାଣ ନେଇଛି କରୋନା। ଖୋର୍ଦ୍ଧାରୁ ୫, ସୁନ୍ଦରଗଡ଼ ଓ କଳାହାଣ୍ଡିରୁ ୪ ଲେଖାଏଁ ମୃତ ହୋଇଥିବା ବେଳେ ଅନୁଗୁଳ ଓ କେନ୍ଦ୍ରାପଡ଼ାରୁ ୩ ଲେଖାଏଁ ମୃତ ହୋଇଛି। ଏହାସହ ରାୟଗଡ଼ା, ପୁରୀ, ନବରଙ୍ଗପୁରରୁ ୨ ଲେଖାଏଁ ମୃତ ହୋଇଛି। ଗଜପତି, ଗଞ୍ଜାମ, ନୂଆପଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୪୮୪କୁ ବୃଦ୍ଧି ପାଇଛି।

ବର୍ତ୍ତମାନ ସମୟରେ ରାଜ୍ୟରେ ଆକ୍ଟିଭ୍‌ କେସର ସଂଖ୍ୟା ୧,୧୧,୮୬୨ ରହିଥିବା ବେଳେ ଏପର୍ୟ୍ୟନ୍ତ ମୋଟ୍‌ ୫,୭୭,୯୮୩ ଜଣ ସୁସ୍ଥ ହେଲେଣି। ଏବେ ସୁଦ୍ଧା ରାଜ୍ୟରେ ୧୧୩୦୮୫୬୪ସାମ୍ପୁଲ ଟେଷ୍ଟ୍ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.