THE BYAPINI

ସୁନ୍ଦରଗଡରେ ସଞ୍ଜିବନୀ ନଷ୍ଟ !

Get real time updates directly on you device, subscribe now.

() ଟୀକାନେବାରେ ନମ୍ବର ୧ ଓଡିଶା, ଟୀକା ନଷ୍ଟରେ ନମ୍ବର ୧ ସୁନ୍ଦରଗଡ । ଟୀକାକରଣ ନେଇ ସାରା ଭାରତରେ ଯେତେବେଳେ ଓଡିଶାକୁ ପ୍ରଶଂସା କରାଯାଉଛି । ରାଜ୍ୟ ସରକାରଙ୍କ ଉଦ୍ୟମ ଓ ମହାମାରୀ ମୁକାବିଲା ପାଇଁ ନିଷ୍ଠାର କାମ କରାଯାଉଛି ସେତେବେଳେ ଓଡିଶାର ଏକ ଜିଲ୍ଲା ସାରା ଭାରତରେ ଓଡିଶାର ଗୌରବକୁ କିଛି ମାତ୍ରାରେ ମଳିନ କରିଛି । ଅର୍ଥାତ ସୁନ୍ଦରଗଡର ନୈରାଶ୍ୟଜନକ ଟୀକାକରଣ ଚିନ୍ତା ବଢାଇଛି । ରିପୋର୍ଟ କହୁଛି ସୁନ୍ଦରଗଡ ଟୀକା ନଷ୍ଟରେ ଏକ ନମ୍ବର । ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ସୁନ୍ଦରଗଡରେ କମିଛି ଟୀକାକରଣ ।
ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା କୋଭିଡ ସମୀକ୍ଷା ରିପୋର୍ଟ ଅନୁଯାୟୀ ସୁନ୍ଦରଗଡରେ ୯.୫ ପ୍ରତିଶତ ଟୀକା ଅପଚୟ ହେଉଛି । ସେହିପରି ତାପଛକୁ କନ୍ଧମାଳ ୬.୪ ପ୍ରତିଶତ ରହିଛି । ନୟାଗଡ ୪.୬ ପ୍ରତିଶତ, ଗଜପତି ୨.୫ ପ୍ରତିଶତ, ଗଞ୍ଜାମ ୨.୧ ପ୍ରତିଶତ ଟୀକା ନଷ୍ଟ ହେଉଛି ।

ତେବେ କୁହାଯାଉଛି କି ଲୋକଙ୍କ ଭୟ ପାଇଁ ଟୀକାକରଣ କମୁଛି । ମୁଣ୍ଡ ବୁଲାଇବା, ଦେହ ଅସୁସ୍ଥ ହେବା ଡରରେ ଲୋକେ ଟୀକା ନେବାକୁ ରାଜି ହେଉନାହାନ୍ତି । ଟୀକା ନେଲା ପରେ କାଳେ କଣ ହୋଇଯିବ ସେହି ଭୟରେ ଟୀକାକରଣ ପ୍ରତି ମନ ବଳାଉ ନାହାନ୍ତି ଲୋକେ । ତେବେ ଜିଲ୍ଲା ସରକାରୀ ସ୍ତରରେ ବ୍ୟାପିନୀ ନ୍ୟୁଜକୁ ମିଳିଥିବା ସୂଚନା ଅନୁସାରେ ଟୀକାକରଣ କମ ଦେଖାଇବାର କାରଣ ଅପହଞ୍ଚ ଇଲାକା । ସୁନ୍ଦରଗଡର ଅନେକ ରିମୋର୍ଟ ଏରିଆ ଅଛି ଯେଉଁଛି ଟୀକାକରଣ ପରେ ୱେବସାଇଟରେ ଅପଲୋଡ କରିବାରେ ସମସ୍ୟା ଦେଖା ଦେଉଛି । ନେଟୱର୍କ ନଥିବାରୁ ଟୀକାକରଣର ପ୍ରତିଟି ରିପୋର୍ଟ ଅପଡେଟ କରିବା ବିଳମ୍ବ ହେଉଛି ତେଣୁ ଟୀକା ନଷ୍ଟ ହେଉଥିବା କୁହାଯାଉଛି ।

ଅନ୍ୟପଟେ ନୂଆବର୍ଷରୁ ଆରମ୍ଭ ହୋଇଥିବା ଟୀକାକରଣରେ ଓଡିଶା ଭଲ ପ୍ରଦର୍ଶନ କରିଛି । ଜାନୁୟାରୀରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ୬ଷ୍ଠ, ପରେ ତୃତୀୟ ଏବେ ବର୍ତ୍ତମାନ ସ୍ଥିତିରେ ସାରା ଭାରତରେ ନମ୍ବର ୧ ରହିଛି । ଯେବେ ନୂଆ ଟୀକାଦେବା ଆରମ୍ଭ ହେଲା ସେବେ ୫ ଲକ୍ଷ ଟୀକାକରଣ ପାଇଁ ମାସେଟିଏ ଲାଗିଲା । ପରେ ୧୫ ଦିନରେ ୫ ଲକ୍ଷ ଏବଂ ତାପରେ ମାତ୍ର ୬ଦିନରେ ୫ ଲକ୍ଷ ଟୀକାକରଣ କରିବାରେ ଅଗ୍ରଣୀ ଓଡିଶା । ଯେଉଁଥିପାଇଁ କେନ୍ଦ୍ର ସରକାରଙ୍କ ଓଡିଶାକୁ ଭୁରିଭୁରି ପ୍ରଶଂସା କରିଛନ୍ତି । ତେବେ ଆସନ୍ତା ପହିଲାରୁ ୪୫ ବୟସରୁ ଅଧିକ ବୟସ୍କ ଲୋକଙ୍କୁ ଟୀକା ଦେବାକୁ ନିଷ୍ପତ୍ତି ହୋଇଛି । ଯେଉଁମାନେ ଟୀକା ନେବାକୁ ଚାହୁଁଛନ୍ତି ସେମାନେ ନିଜର ନାମ ପଞ୍ଜିକରଣ କରାଇ ନେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶାନାମ ଜାରି କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.