ରେଳଯାତ୍ରୀଙ୍କୁ ଝଟକା..ବଢିଲା ରେଳଭଡା
ମହାମାରୀ କରୋନା ଯୋଗୁ ବନ୍ଦ ଥିବା ରେଳ ସେବା ଏବେ ଧୀରେ ଧୀରେ ସ୍ୱାଭାବିକ ହେଉଥିବା ବେଳେ ରେଳଯାତ୍ରୀଙ୍କ ମହଙ୍ଗା ମାଡ଼ । ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କ ପାଇଁ ରେଳ ଭଡା ବୃଦ୍ଧି କରିଛନ୍ତି । ତେବେ ସ୍ୱଳ୍ୱ ଦୂରଗାମୀ ଟ୍ରେନଗୁଡିକର ଭଡ଼ା ବୃଦ୍ଧି କରାଯାଇଛି । ଏପରିକି ପ୍ଲାଟଫର୍ମ ଟିକେଟର ମୂଲ୍ୟ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି ।
କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ରେଳ ଭଡା ବୃଦ୍ଧି କରାଯାଇଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି । ଯାହାଦ୍ୱାରା ଅଧିକ ଲୋକ ରେଳରେ ଚଢିବେ ନାହିଁ । ଅତି ଜରୁରୀ ନହେଲେ ରେଳଯାତ୍ରା ନକରିବାକୁ ଲୋକଙ୍କୁ ସଚେତନ କରିବାକୁ ଏପରି ଭଡା ବୃଦ୍ଧି କରାଯାଇଛି । ଏହି ଭଡା ବୃଦ୍ଧିର ପ୍ରଭାବ ୩୦-୪୦ କିମି ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ପଡିବ । ବର୍ଦ୍ଧିତ ଭଡା କେବଳ ୩ ପ୍ରତିଶତ ରେଳ ଉପରେ ଲାଗୁ ହେବ ।
ରେଳ ବିଭାଗ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ରେଳସେବାକୁ ସ୍ୱାଭାବିକ କରିବାକୁ ପଦକ୍ଷେପ ନିଆଯାଉଛି । ଗତବର୍ଷ ମାର୍ଚ୍ଚରୁ କରୋନା ସଂକ୍ରମଣ ବଢିବା ପରେ ସାରା ଦେଶରେ ରେଳ ଚଳାଚଳ ବନ୍ଦ କରାଯାଇଥିଲା । ଏବ ୬୫ ପ୍ରତିଶତ ଏକ୍ସପ୍ରେସ ଓ ମେଲ ଟ୍ରନର ଚଳାଚଳ ସ୍ୱାଭାବିକ କରାଯାଇଛି । ଏହା ସହିତୁ ୯୦ ପ୍ରତିଶତ ସବ ଅର୍ବାନ ଟ୍ରେନ ଚଳାଚଳ ସ୍ୱାଭାବିକ କରାଯାଇଛି ।