THE BYAPINI

ହୀରାକୁଦରେ ଖସୁଛି ଜଳସ୍ତର

Get real time updates directly on you device, subscribe now.

ହୀରାକୁଦରେ ଖସୁଛି ଜଳସ୍ତର । ଧୀରେ ଧୀରେ ଖସୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି, କଲମା ବ୍ୟାରେଜରୁ ପ୍ରବେଶ କରୁଥିବା ଜଳର ପରିମାଣ ଖସୁଛି । ଏବେ ଅଧିକ ଗେଟ୍ ଖୋଲିବାର ଆବଶ୍ୟକତା ନହିଁ ।
ଏବେ ହୀରାକୁଦର ୨୮ଟି ଗେଟ୍ ଖୋଲା ରହିଛି । ୨୮ ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟା ଜଳ ନିଷ୍କାସିତ ହେଉଛି । ଯେତିକି ପାଣି ଆସୁଛି ସେତିକି ପାଣି ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ରହିଛି ୬୨୮. ୮୧ଫୁଟ । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୪ ଲକ୍ଷ ୭୪ ହଜାର ୩୭୯ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୮୭ ହଜାର ୮୪ କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି । ବାମ ସ୍ପିଲୱେର ୧୯ ଓ ଡାହାଣ ପାର୍ଶ୍ୱର ୯କୁ ମିଶାଇ ମୋଟ୍ ୨୮ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.