THE BYAPINI

କରୋନା ପାଇଁ ଫି’ ଛାଡ

Get real time updates directly on you device, subscribe now.

ମହାମାରୀ କରୋନା ପାଇଁ ଅନେକ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇଯାଇଛି । କୋଭିଡ ପାଇଁ ଗତ ଏପ୍ରିଲ ମାସରୁ ଶିକ୍ଷାନୁଷ୍ଠାନ ସହ ହଷ୍ଟେଲ ମଧ୍ୟ ବନ୍ଦ କରିଦିଆଯାଇଥିଲା । ଏବେ ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଭଲ ଖବର । ସମସ୍ତ ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ ଓ ପଲିଟେକ୍ନିକ୍ କଲେଜର ହଷ୍ଟେଲ ଫି ଛାଡ କରିଛନ୍ତି ରାଜ୍ୟ ସରକାର । ଯାହାଦ୍ୱାରା ପ୍ରାୟ ୧୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । ।

ଲକଡାଉନ କାରଣରୁ ଏପ୍ରିଲ ୨୦୨୦ ଠାରୁ ଡିସେମ୍ବର ୨୦୨୦ ପର୍ୟ୍ୟନ୍ତ ବନ୍ଦ ରହିଥିଲା ହଷ୍ଟେଲ । ଏହି ସମୟରେ ଛାତ୍ରଛାତ୍ରୀମାନେ ମଧ୍ୟ ହଷ୍ଟେଲ ସୁବିଧା ମଧ୍ୟ ଉପଭୋଗ କରିନଥିଲେ । ରାଜ୍ୟ ସରକାର ଏ ଉପରେ ବିଚାର କରି ଛାତ୍ରଛାତ୍ରୀମାନଙ୍କ ହଷ୍ଟେଲ ଫି ଛାଡ କରିଛନ୍ତି । ୧୭,୦୧୨ ଛାତ୍ରଛାତ୍ରୀମାନଙ୍କର ‌ହଷ୍ଟେଲ ଫି’ ଆନୁମାନିକ ୫‌ କୋଟି ୧୦ ଲକ୍ଷ ଟଙ୍କା ଛାଡ଼ କରିବା ପାଇଁ ଆଦେଶ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.

Leave A Reply

Your email address will not be published.