THE BYAPINI

ପାଣ୍ଡିଆନଙ୍କ ପାହାନ୍ତିଆ ଫୋନ୍ କଲ୍

Get real time updates directly on you device, subscribe now.

ରାଜ୍ୟରେ ଯେତେବେଳେ କରୋନା ତାର କାୟା ବିସ୍ତାର ଆରମ୍ଭ କଲା,ଲୋକେ ଭୟଭୀତ ହୋଇପଡିଥିଲେ । ସେତେବଳେ ଲୋକଙ୍କୁ ସଂକ୍ରମଣ ସ୍ଥିତି ସଂପର୍କରେ ଜଣାଇବା ପାଇଁ ଓ ସଚେତନ ସଂପର୍କ ପାଇଁ ରାଜ୍ୟ ସରକାର ଲୋକଙ୍କ ସାମାନାକ ଗୋଟିଏ ଚେହେରା ଆଣିଥିଲେ । ସେ ହେଉଛନ୍ତି କୋଭିଡ ମୁଖପାତ୍ର ସୁବ୍ରତ ବାଗଚୀ । ପ୍ରତ୍ୟେକ ଦିନ ଅପରାହ୍ନ ସାଢେ ୪ଟାକୁ ଚାହିଁ ବସୁଥିଲେ ଲୋକେ । ନ୍ୟୁଜ ଚ୍ୟାନେଲ ମାଧ୍ୟମରେ କୋଭିଡ ସଂକ୍ରମଣର ଭୟାବହତା ଓ ଏଥିରୁ ରକ୍ଷା ପାଇବାକୁ ଲୋକଙ୍କ ଅତି ସରଳ ଢଙ୍ଗର ବିିଭିନ୍ନ ଉଦାହାରଣ ଦେଇ ସୁବ୍ରତ ବାଗଚୀ ଏମିତି ବୁଝାଉଥିଲେ ଯେ ଖୁବ କମ ଦିନରେ ଲୋକଙ୍କ ମନକୁ ଛୁଇଁଯାଇଥିଲେ । ଆଉ ସୋସିଆଲ ମିଡିଆରେ ମଧ୍ୟ ବଢିଥିଲେ ବାଗଚୀଙ୍କ ଫ୍ୟାନଙ୍କ ସଂଖ୍ୟା । ତେବେ ଏହ ସାମ୍ବାଦିକ ସମ୍ମିଳନୀକୁ ଆସିବା ପୂର୍ବରୁ ତାଙ୍କୁ କେତେ ପ୍ରସ୍ତୁତ ହେବାକୁ ପଡୁଥିଲା, ସେ ନେଇ ବାଗଚୀ କନକ ନ୍ୟୁଜର ଏକ ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ କହିଛନ୍ତି ।

ଦୁଇ ମାସ ମଧ୍ୟରେ ୬୬ ଥର ଲୋକଙ୍କ ସାମନାକୁ ନ୍ୟୁଜ ଚ୍ୟାନେଲ ମାଧ୍ୟମରେ ଆସି କରୋନା ସ୍ଥିତି ସଂପର୍କରେ ଜଣାଉଥିଲେ ବାଗଚୀ । ବାଗଚୀଙ୍କ ବୁଝାଇବା ଶୈଳୀ ଲୋକଙ୍କୁ ଏତେ ପ୍ରଭାବିତ କରିଥିଲା ଯେ ପ୍ରତ୍ୟେକ ଦିନ ଅପରାହ୍ନରେ ଟିଭିକୁ ଅନ କରି ବସୁଥିଲେ ଲୋକେ । ସାମ୍ବାଦିକ ସମ୍ମିଳନୀକୁ ଆସିବା ପୂର୍ବର କେମିତି ବାଗଚୀ ପ୍ରସ୍ତୁତ ହେଉଥିଲେ ସେ ନେଇ ପ୍ରତିକ୍ର୍ରିୟା ଦେଇଛନ୍ତି । ଏଥିପାଇଁ ଭୋର୍‌ ସାଢ଼େ ୫ଟାରୁ ପ୍ରସ୍ତୁତି ଆରମ୍ଭ ହେଉଥିଲା। ୫-ଟି ସଚିବ ଭି. କାର୍ତିକେୟନ ପାଣ୍ଡିଆନ୍ ୨୪ ଘଣ୍ଟା ପୂର୍ବରୁ କ’ଣ ସବୁ ଘଟିଛି, ସେ ସଂପର୍କ‌ରେ ଭୋର୍‌ରୁ ସୂଚନା ଦେଉଥିଲେ। ସକାଳ ସାଢ଼େ ୮ଟାରେ ଲୋକସେବା ଭବନର ତୃତୀୟ ମହଲାରେ ଏଥିପାଇଁ ବୈଠକ ବସୁଥିଲା। ଏଥିରେ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦେଶକ, ଉନ୍ନୟନ କମିସନର, ଆଇଟି ସଚିବ, ସୂଚନା ଓ ଲୋକ ସଂପର୍କ ବିଭାଗ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଉପସ୍ଥିତ ରହୁଥିଲେ। ସାଢ଼େ ୯ଟାରେ ନିଜର କିଛି ‌ଗବେଷଣା ଟିମ୍‌ଙ୍କ ସହିତ ଆଲୋଚନା କରୁଥିଲି। ଏପରିକି ବିଦେଶରେ ରହୁଥିବା ଜଣେ ଯୁବ ସ୍ବେଚ୍ଛାସେବୀ ମଧ୍ୟ ତାଙ୍କୁ ସହାୟତା କରୁଥିଲେ। ଯଦି କୌଣସି ଦିନ ଓଡ଼ିଶାର କିଂବଦନ୍ତି ସଂପର୍କରେ ଲୋକମାନଙ୍କୁ କହିବାକୁ ପଡ଼ୁଥିଲା, ତାହାଲେ ସାଢ଼େ ୧୦ଟାରେ ବିଶେଷଜ୍ଞମାନଙ୍କ ସହ ଏନେଇ ଆଲେଚନା କରାଯାଉଥିଲା। ସାଢ଼େ ୨ଟାରେ ଏହାର ପ୍ରଡକ୍ସନ୍ ଆରମ୍ଭ ହେଉଥିଲା। ତା’ ପରେ ଯାଇ ସାଢ଼େ ୪ଟା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପୁଣି ସଂଧ୍ୟା ସାଢ଼େ ୬ଟାରେ ସମୀକ୍ଷା ‌ବୈଠକ ହେଉଥିଲା। କରୋନା ମହାମାରୀର ପ୍ରଥମ ୬୦ ଦିନ ସମ୍ବେଦନଶୀଳ ଥିଲା। ତେଣୁ ଲୋକଙ୍କ ସହ ଯୋଗାଯୋଗକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।ତେବେ କ‌ରୋନା ତାଙ୍କୁ ଜୀବନରେ ବହୁତ କିଛି ଶିକ୍ଷା ଦେଇଛି ବୋଲି ସେ କହିଥିଲେ।

ହେଲେ ପ୍ରାୟ ୬୦ ଦିନ ପରେ ଗାଏବ ହୋଇଯାଇଥିଲେ ଏହି ଚର୍ଚ୍ଚିତ ଚେହେରା । ବାଗଚୀଙ୍କ ଲୋକପ୍ରିୟତାକୁ ନେଇ ଚର୍ଚ୍ଚା ହେବା ପରେ ସୋସିଆଲ ମିଡିଆରେ କୁହାଗଲା ଯେ, ଏହି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି ହୋଇପାରିବେ । ଆଗାମୀ ଦିନରେ ସେ ରାଜନୀତିରେ ପ୍ରବେଶ କରିବେ କି ବୋଲି ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବାଗ୍‌ଚୀ କହିଥିଲେ, ଯେ ସେ ରାଜନୀତି ପାଇଁ ସମର୍ଥ ନୁହଁନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.