THE BYAPINI

ଟାଟୁ ନେଇ ସଂପର୍କରେ ଫାଟ

Get real time updates directly on you device, subscribe now.

ସ୍ତ୍ରୀଙ୍କ ଦେହରେ ବୟଫ୍ରେଣ୍ଡର ଟାଟୁ । ମୋତେ ନ୍ୟାୟ ଦରକାର । ମୁଁ ମରିଯିବି ପଛେ ସେ ଯୁବତୀ ସହ ରହିବିନି । ଖାଲି ସେତିକି ନୁହେଁ ପତ୍ନୀଙ୍କ ପ୍ରେମିକ ଧମକ ଦେଉଥିବାର ମଧ୍ୟ ସଙ୍ଗୀନ ଆରୋପ । ସ୍ତ୍ରୀ ନାଁରେ ଏଭଳି ସାଂଘାତିକ ଅଭିଯୋଗ ସ୍ଵାମୀ କଟକ ମର୍କତନଗର ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ପାଲଟା ଜବାବ ରଖିଛନ୍ତି ସ୍ତ୍ରୀ । କହିଛନ୍ତି, ଯୌତୁକ ପାଇଁ ଦୀର୍ଘଦିନରୁ ନିର୍ଯାତନା ଦେଇ ଆସୁଥିଲେ ଶାଶୁଘର ଲୋକ । ଆଉ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା କାରଣରୁ ତାଙ୍କୁ ବିଦା କରିବା ଲାଗି ଏ ପ୍ରକାରର ଷଡ଼ଯନ୍ତ୍ର କରିଛନ୍ତି ।

ଆଜି ଉଭୟ ସ୍ୱାମୀ,ସ୍ତ୍ରୀ କଟକ ମହିଳା ଥାନାରେ ଦ୍ୱାରସ୍ଥ ହୋଇଥିଲେ । କାଉନସିଲର ଆଗରେ ଉଭୟ ନିଜ ନିଜର ଅଭିଯୋଗ ରଖିଥିଲେ । ଉଭୟ ଆପୋଷ ବୁଝାମଣା କରି ଏକାଠି ରହିବାକୁ କାଉନସିଲର ପରାମର୍ଶ ଦେଇଥିଲେ । କିନ୍ତୁ ଉଭୟଙ୍କ ମଧ୍ୟ ତର୍କ ବିତର୍କ ବଢିଥିଲା ସିନା ହେଲେ ନିଷ୍କର୍ସ ବାହାରିପାରିନଥିଲା । ଆସନ୍ତା ମାସ ୩ ତାରିଖରେ ଉଭୟ ପକ୍ଷଙ୍କୁ ପୁଣି ଥରେ ହାଜର ହେବା ଲାଗି କୁହାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.