THE BYAPINI

ଏ କେମିତିକା ସ୍ୱାମୀ?

Get real time updates directly on you device, subscribe now.

ବାହାଘରର ପ୍ରଥମ ଦୁଇ ବର୍ଷ ଠିକଠାକ ଚାଲିଥିଲା ସଂସାର । ଏହା ପରେ ଯାହାକୁ ଭଲ ପାଇ ବାହା ହୋଇଥିଲା ତା ଉପରେ ଆରମ୍ଭ ହୋଇଯାଇଥିଲା ନିର୍ଯାତନା । ଏପରିକି ନିଜ ସ୍ତ୍ରୀକୁ ଦେହ ବେପାରରେ ଲଗାଇବାକୁ ଜୋରଜବରଦସ୍ତି କରୁଥିଲା ସ୍ୱାମୀ । ଏଭଳି ଏକ ଘଟଣା ଘଟିଛି ରାଜଧାନୀରେ । ଜଣେ ସ୍ୱାମୀ କିଭଳି ସୈତାନ ସାଜିପାରେ ତାହା ଏହି ଘଟଣାରୁ ଜଣାପଡୁଛି ।

ଦୀର୍ଘ ୭ ବର୍ଷ ହେବ ନିଜ ସ୍ତ୍ରୀକୁ ଏକ କୋଠରୀରେ ବନ୍ଦ ରଖି ଦେହ ବ୍ୟବସାୟରେ ଲଗାଉଥିବା ଭଳି ସଙ୍ଗିନ ଘଟଣା ଦେଖୁବାକୁ ମିଳିଛି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ । ଏପରିକି ନିଜ ସ୍ତ୍ରୀ ଦେହ ବ୍ୟବସାୟ କରିବାକୁ ରାଜି ନହେବାରୁ ତାଙ୍କୁ ଲୁହାରଡରେ ମରଣାନ୍ତକ ଆକ୍ରମଣ କରିବା ସହ ମାରିଦେବାକୁ ଉଦ୍ୟମ କରିଛି ସ୍ଵାମୀ । ପର ପୁରୁଷ ସହ ରାତି ବିତାଇବାକୁ ବାଧ୍ୟ କରି ସ୍ୱାମୀ ମାଡ଼ ମାରିଥିବା ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ‍ପୀଡ଼ିତା । ଏମିତି ଜଣେ ପାପୀ କବଳରୁ ମହିଳାଙ୍କୁ ଉଦ୍ଧାର କରିଛି ଚନ୍ଦ୍ରଶେଖର ପୁର ଥାନା ପୋଲିସ। ତାଙ୍କର ପାଞ୍ଚ ବର୍ଷର କନ୍ୟାକୁ ଉଦ୍ଧାର କରିବା ସହ ସ୍ୱାମୀକୁ ଗିରଫ କରାଯାଇଛି ।

ଅଧିକ ଅର୍ଥ ଯୋଗାଡ କରିବା ପାଇଁ ମଣିଷ କିଭଳି ସୈତାନ ସାଜିପାରେ ତାହା ଦେଖିବାକୁ ମିଳିଛି । ଫୁଲବାଣୀ ତୁମୁଡ଼ିବନ୍ଧ ଅଞ୍ଚଳର ମହିଳା ଜଣକ ୧୦ ବର୍ଷ ପୂର୍ବେ ଚନ୍ଦ୍ରଶେଖରପୁର ଅଞ୍ଚଳକୁ କାମ କରିବା ପାଇଁ ଆସିଥିଲେ । ସେହି ସମୟରେ ଏହି ଥାନା ଅନ୍ତର୍ଗତ ପଦ୍ମାବତି ବିହାର ଅଞ୍ଚଳରେ ଅଟୋ ଚଳାଉଥିବା ପଟ୍ଟାମୁଣ୍ଡାଇ ଡାମରପୁର ଅଞ୍ଚଳର ଚନ୍ଦନ ଆଚାର୍ୟ୍ୟଙ୍କ ସହ ଦେଖା ହୋଇଥିଲା । ଚନ୍ଦନ ସମ୍ପୃକ୍ତ ମହିଳାକୁ ନିଜ ପ୍ରେମ ଜାଲରେ ଫସାଇ ବାହା ହୋଇଥିଲେ। ପ୍ରଥମେ ୨ ବର୍ଷ ସେମାନଙ୍କ ସଂସାର ଠିକରେ ଚାଲିଥିଲା । ପରେ ଚନ୍ଦନ ଜବରଦସ୍ତି ନିଜ ସ୍ତ୍ରୀଙ୍କୁ ଦେହ ବ୍ୟବସାୟରେ ଲଗାଇଥିଲା । ଏପରିକି ତାଙ୍କୁ ଦୀର୍ଘ ୭ ବର୍ଷ ହେବ ଗୋଟିଏ ଘରେ ରଖି ସେକ୍ସ ରାକେଟ୍ ଚଳାଉଥିବା ପୀଡ଼ିତା କହିଛନ୍ତି । ୭ ବର୍ଷ ହେଲାଣି ଚନ୍ଦନ ତାଙ୍କୁ ଗୋଟିଏ ଘରେ ରଖି ସେକ୍ସ ରାକେଟ୍ ଚଲାଉଥିଲେ। ଏମିତିକି ତାଙ୍କ ସ୍ୱାମୀ ଅନ୍ୟ ମହିଳାମାନଙ୍କୁ ମଧ୍ୟ ଆଣି ସେହି ଘରେ ସେକ୍ସ ରାକେଟ୍ ଚଲାଉଥିଲେ ବୋଲି ସେ କହିଛନ୍ତି।

ମହିଳାଙ୍କ ଏତଲା ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ । ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି, ଶିବରାତ୍ରୀ ପୂର୍ବଦିନଠୁ ସ୍ୱାମୀଙ୍କ ଅତ୍ୟାଚାର ସବୁ ସୀମା ଟପିଯାଇଥିଲା। ଆଉ ସହି ହେଲାନି। ଶେଷରେ ତାଙ୍କ ମା’ ପୁଲିସ୍‌ର ସହଯୋଗରେ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.