ଟୀକା ନେବା ପରେ ଏସବୁ କରିବା ମନା… ?
ଆପଣ ଟୀକା ନେଇଛନ୍ତି କି ? ଟୀକା ନେବା ପରେ ଚିନ୍ତାରେ ଅଛନ୍ତି କି? କରୋନା ଭ୍ୟାକ୍ସିନ ନେବାପରେ କଣ କରିବେ କଣ ନାହିଁ? କଣ ଖାଇବେ କଣ ଖାଇବେନି? ଏ ସବୁ ଦିଗକୁ ନେଇ ଚିନ୍ତିତ ରହିବା ସ୍ୱାଭାବିକ କାରଣ ଟୀକା ଗ୍ରହଣ ପରେ ଅନେକ ଲୋକଙ୍କ ଏବେ ଏହି ସମସ୍ୟା ଦେଇ ଗତି କରୁଛନ୍ତି । ଭ୍ୟାକ୍ସିନ ନେବା ପରେ ଭୟରେ ରହୁଛନ୍ତି । ଆଉ ବ୍ୟସ୍ତ ହୋଇ ବାରମ୍ବାର ଡାକ୍ତରଙ୍କ ପରାମର୍ଶ ଲୋଡୁଛନ୍ତି । କଣ କରିବା କଣ ନାହିଁ ? ଟୀକା କିଛି କ୍ଷତି କରିବ କି ? ଶରୀରରେ ପାଶ୍ୱର୍ ପ୍ରତିକ୍ରିୟା ପକାଇବ କି ? ଏମିତି ଅନେକ ପ୍ରଶ୍ନର ଏବେ ଟୀକା ନେଇଥିବା ଲୋକଙ୍କ ମନରେ ଘୂରି ବୁଲୁଛି । ତେବେ ନଜର ପକାନ୍ତୁ କିଛି ଉପାୟ ଓ ତଥ୍ୟ ଉପରେ ଯାହା ଚୀକା ନେବା ପରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିକ ଡାକ୍ତରଙ୍କ ପରାମର୍ଶ ଅନୁସାରେ । ଆପଣ ଟୀକା ନେଇ ସାରିବା ପରେ ଉକ୍ତ ଟୀକା କେନ୍ଦ୍ରରେ ୩୦ରୁ ୧ ଘଣ୍ଟା ଯାଏଁ ବିଶ୍ରମ କରନ୍ତୁ । ଯଦି ଟୀକା ଆପଣଙ୍କ ଦେହରେ ହଠାତ ପ୍ରତିକ୍ରିୟା ସୃଷ୍ଟି କଲା ତେବେ ଟୀକାକେନ୍ଦ୍ରରେ ଥିବା ଡାକ୍ତର ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ କରିପାରିବେ । ତେଣୁ ଟୀକା ନେବା ପରେ ବିଶ୍ରାମ ନିହାତି ଜରୁରୀ । ଏମିତି କି ଭ୍ୟାକ୍ସିନ ଗ୍ରହଣର କିିଛି ସମୟ ପରେ କାର୍ଯ୍ୟ କ୍ଷେତ୍ରକୁ ବାହାରନ୍ତୁ ନାହିଁ । ଅତି କମରେ ୨ରୁ ୩ ଦିନ ଘରେ ରୁହନ୍ତୁ, ବିଶ୍ରାମ ନିଅନ୍ତୁ । କାହା କାହା ଦେହରେ ଟୀକା ହଠାତ ପ୍ରତିକ୍ରିୟା ପକାଏ ଆଉ କେଉଁମାନଙ୍କ କ୍ଷେତ୍ରରେ ଏହା ୨୪ ଘଣ୍ଟା ପରେ ପ୍ରଭାବ ପକାଏ । ମୁଣ୍ଡ ବିନ୍ଧିବା, ଦେହହାତ ବଥା, ଘୋଳେଇ ହେବା, ଜ୍ୱର ରହିବା ଆଦି ସାଧାରଣ ଲକ୍ଷଣ ରହିଥାଏ ।
ନଜର ପକାନ୍ତୁ ଟୀକା ନେବା ପରେ କଣ କରିବା ମନା…
ଟୀକା ନେବା ପରେ ଭିଡକୁ ବାହାରନ୍ତୁ ନାହିଁ । ଗହଳି ସ୍ଥାନକୁ ଆଦୌ ଯାଆନ୍ତୁ ନାହିଁ । ଖରାକୁ ଅଣଦେଖା କରନ୍ତୁ, ଅଧିକ ଖରାରେ କୌଣସି ସ୍ଥାନକୁ ଯାଆନ୍ତୁ ନାହିଁ । ଘରୁ ବାହାରକୁ ବାହରୁଥିଲେ ମୁହଁରେ ଡବଲ ମାସ୍କ ପିନ୍ଧନ୍ତୁ । ପୂରା କରୋନା ନିୟମ ମାନନ୍ତୁ । ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ମଦ, ସିଗାରେଟଠୁ ଦୂରେଇ ରୁହନ୍ତୁ । ଅତି କମରେ ୮ ଦିନ ଯାଏଁ କୌଣସି ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ । ଏଥିସହ ବାହାର ଖାଦ୍ୟକୁ ଦୂରେଇ ଦିଅନ୍ତୁ । ତେଲଛଣା ଜିନିଷଠୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ । ମାଂସ, ମିଠା, ପ୍ରାଏଡ ଫ୍ରୁଡ୍, ଫାଷ୍ଟ ଫୁଡ୍ ଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ । ଟୀକା ନେବା ପରେ କାନ୍ଧରେ ପୀଡା ହେବା ସ୍ୱାଭାବିକ କଥା ମାତ୍ର ଏହା ପ୍ରଭାବରେ ପିଠି, ଅଣ୍ଟାରେ ମଧ୍ୟ ଦରଜ ହୁଏ, ଭୀଷଣ ପୀଡା ହୁଏ । ତେବେ ଏହି ସମୟରେ ବ୍ୟାୟାମ, ଜିମ୍ , ୱାର୍କ ଆଉଟ କରନ୍ତୁ ନାହିଁ ।
ଟୀକା ନେବା ପରେ କଣ କରିବା…?
ଟୀକା ନେବା ପରେ ନିଜ ଖାଦ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଟୀକା ନେବା ପରେ ଏମିତି କିଛି ଖାଦ୍ୟ ଖାଆନ୍ତୁ ଯାହା ସହଜରେ ହଜମ ହୋଇଯିବ । ସନ୍ତୁଳିତ ଆହାର ପ୍ରତି ନଜର ରଖନ୍ତୁ । ଏହି ସମୟରେ ଭୋକ ନଲାଗୁଥିଲେ ବି କିଛି ସମୟ ଅନ୍ତରରେ କିଛି ନା କିଛି ଖାଆନ୍ତୁ ।
ଟୀକା ନେବା ପୂର୍ବରୁ ଓ ପରେ ଶରୀରରେ ଜଳୀୟ ଅଂଶ ଯେମିତି ନକମେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଶୋଷ ହେଉ କି ନହେଉ ପାଣି ବାରମ୍ବାର ପିଅନ୍ତୁ । ସର୍ବନିମ୍ନ ୩ ଲିଟର ପାଖାପାଖି ପାଣି ପିଅନ୍ତୁ । ଦେହରେ ଜଳୀୟ ଅଂଶ ବଦ୍ଧି ପାଇଁ ଆପଣ ଗ୍ଲୋକୋଜ ପାଣି, ଓଆରଏସ, ଇଲେକ୍ଟୋରାଲ ପାଉଡର ଆଦି ପାଣିରେ ମିଶାଇ ପିଇପାରିବେ । ଏହା ସହ ପଇଡ, ଜୁସ୍, କଦଳୀ ଖାଆନ୍ତୁ । ସବୁଠାରୁ ଭଲ ତରଭୂଜ ଖାଇବା । ଏହା ଶରୀରରେ ଜଳୀୟ ଅଂଶ ବଢାଏ ।