THE BYAPINI

ଜେଲରୁ ମୁକୁଳିଲେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକ

Get real time updates directly on you device, subscribe now.

ଜେଲରୁ ମୁକୁଳିଲେ ଆଇଏଫଏସ୍ ଅଭୟକାନ୍ତ ପାଠକ। ୬ ମାସ ଧରି ଜେଲରେ ରହିବା ପରେ ଝାରପଡ଼ା ଜେଲରୁ ମୁକୁଳିଲେ ଅଭୟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗତ ନଭେମ୍ବର ୨୭ରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଅଭୟକାନ୍ତ ପାଠକଙ୍କ ବିରୋଧରେ ସମ୍ପତ୍ତି ଠୁଳ ଏବଂ ଅନେକ ଥାନାରେ ଏକାଧିକ ଠକେଇ ଅଭିଯୋଗ ରହିଥିଲା । ଗୁରୁବାର ତୃତୀୟ ମାମଲାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ଓଡ଼ିଶା ହାଇକୋର୍ଟ। ୨ ଲକ୍ଷ ଟଙ୍କାର ୨ଟି ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଥିଲେ କୋର୍ଟ। ତାଙ୍କ ବିରୋଧରେ ଥିବା ସମସ୍ତ ୩ ମାମଲାରେ ଜାମିନ ପାଇବା ପରେ ଆଜି ଜେଲ୍ରୁ ବାହାରିଲେ ଅଭୟ ପାଠକ।

ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ମଧ୍ୟ ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ । ସେ ମଧ୍ୟ ଟାଟା କମ୍ପାନୀରେ ଚାକିରି କରାଇ ଦେବାକୁ କହି ବହୁ ଯୁବକ ଓ ଯୁବତୀଙ୍କୁ ଠକାଇଥିଲେ। ଏନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ପରେ ଆକାଶଙ୍କୁ ଗିରଫ କରିଥିଲା। ଆକାଶ ପାଠକ ଏବେ ମଧ୍ୟ ଜେଲ୍ରେ ରହିଛନ୍ତି। ଏହି ଠକେଇ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ସମ୍ପୃକ୍ତ ଥିବା କଥା ସାମ୍ନାକୁ ଆସିଥିଲା । ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଗିରଫ ହୋଇ ଜେଲରେ ଥିଲେ । ଗତ କିଛି ଦିନ ତଳେ ସେ ମଧ୍ୟ ଜେଲରୁ ମୁକୁଳିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.