THE BYAPINI

ଫସିଲେ ପ୍ରାଣୀଧନ ନିରୀକ୍ଷକ

Get real time updates directly on you device, subscribe now.

ଭିଜିଲାନ୍ସ ଜାଲରେ ଭୁବନେଶ୍ବର ରଘୁନାଥପୁର କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ । ପ୍ରାଣୀଧନ ନୀରିକ୍ଷକ ଜଗନ୍ନାଥ ରାଉତଙ୍କ ବାସଭବନରେ ରେଡ୍ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ଓ କଟକ ଜିଲ୍ଲାର ୯ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ।
ଚଢ଼ାଉରେ ୫ ଜଣ ଡିଏସ୍‌ପି, ୧୦ ଜଣ ଇନ୍‌ସପେକ୍ଟର ସାମିଲ ହୋଇଛନ୍ତି। ଜଗନ୍ନାଥଙ୍କ ଭୁବନେଶ୍ୱର ସ୍ଥିତ ରଘୁନାଥପୁରର ରୟାଲ ଲାଗୁନ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ, ରଘୁନାଥପୁରରେ ତିନି ମହଲା ବିଶିଷ୍ଟ ୨ଟି ଘର ଓ ଗୋଟିଏ ୨ ମହଲା ବିଶିଷ୍ଟ କୋଠାଘର, ରଘୁନାଥପୁର ପୋଖରୀ ନିକଟରେ ଗୋଟିଏ ୧ ମହଲା ଘର, ରଘୁନାଥପୁର ଗ୍ରୀନ ଗାର୍ଡେନ ଆପାର୍ଟମେଣ୍ଟରେ ଥିବା ଫ୍ଲାଟରେ ଭିଜିଲାନ୍ସ ଟିମ୍ ଚଢ଼ଉ ଜାରି ରଖିଛି।ଭିଜିଲାନ୍ସ ରେଡରେ ୫ ଡିଏସପି, ୧୦ ଇନସ୍ପେକ୍ଟର ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.