THE BYAPINI

ଗୁଳି ଫୁଟି ଆଇଆଇସିଙ୍କ ମୃତ୍ୟୁ

Get real time updates directly on you device, subscribe now.

ଗୁଳିଫୁଟିବାରୁ ଭଞ୍ଜନଗର ଗାଙ୍ଗପୁର ଥାନା ଅଧିକାରୀଙ୍କ ମୃତ୍ୟୁ । ନିଜ ରିଭଲଭର ସଫା କରୁଥିବା ସମୟରେ ଗୁଳି ଫୁଟିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ହିଁ ଆଇଆଇସିଙ୍କ ମୃତ୍ୟୁ ଘଟିଥିବା ସୂଚନା । ଆସ୍କା ହସ୍ପିଟାଲରେ ଆଇଆଇସି ଦେବକୁମାର ଗମାଙ୍ଗଙ୍କ ମୃତ୍ୟୁ ନେଇ ଘୋଷଣା କଲେ ଡାକ୍ତର । ଏପଟେ ଗାଙ୍ଗପୁର ଥାନା ଅଧିକାରୀଙ୍କ ମୃତ୍ୟୁ ନେଇ ଗଞ୍ଜାମ ଏସପି ମଧ୍ୟ ସୂଚନା ଦେଇଛନ୍ତି ।
ଥାନା ପରିସରରେ ଏଭଳି ଘଟଣା ଘଟିଛି । ସେ କିଛି ଦିନ ହେବ ମାନସିକ ଦୁଶ୍ଚିନ୍ତାରେ ଥିବା ଗଞ୍ଜାମ ଏସପି କହିଛନ୍ତି । ପୋଷ୍ଟମର୍ଟମ ପରେ ସବୁ କଥା ଜଣାପଡିବ । ଗୁଳିଫୁଟିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।ପରିବାର ଲୋକଙ୍କୁ ଏବିଷୟରେ ଜଣାଇ ଦିଆଯାଇଥିବା ଏସପି କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.