THE BYAPINI

ପର୍ଦ୍ଦାଫାସ୍ ହେଲା କଟକ ସୁନା ଚୋରିର ନାଟକ..ଲୁଟର ମାଷ୍ଟର ମାଇଣ୍ଡ ସଂସ୍ଥାର କର୍ମଚାରୀ ।

Get real time updates directly on you device, subscribe now.

କଟକ ଆଇଆଇଏଫଏଲ ସୁନାଋଣ ସଂସ୍ଥା ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି କମିସନରେଟ ପୁଲିସ । ୬ ଦିନ ଭିତରେ ଘଟଣା ଉପର ହଟିଛି ପରଦା । ଲୁଟର ମୁଖ୍ୟସୂତ୍ରଧାରୀ ଆଉ କିଏ ନୁହଁନ୍ତି, ସଂସ୍ଥାର କର୍ମଚାରୀ । ୬ ଜଣ ଅଭିଯୁକ୍ତଙ୍କ ଗିରଫ କରିବା ସହ ୨ କିଲୋ ସୁନା ଓ ୨ ବାଇକ ଜବତ କରିଛି ପୁଲିସ ।

ଗତ ୧୯ ତାରିଖରେ କଟକ ନୟାସଡ଼କରେ ସୁନା ଋଣ ସଂସ୍ଥା ଆଇଆଇଏଫଏଲରୁ ଫିଲ୍ମ ଷ୍ଟାଇଲରେ ନାଟକୀୟ ଭାବେ ହୋଇଥିଲା ସୁନା ଲୁଟ୍ । ଚାରି ଜଣ ମୁଖା ପିନ୍ଧା ଦୁର୍ବୃ ବନ୍ଧୁକ ଦେଖାଇ ପ୍ରାୟ ୨୦ କୋଟି ଟଙ୍କର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ହେଲେ ଲୁଟ ବେଳର ପାରିପାଶ୍ୱିକ ସ୍ଥିତି ସିସିଟିଭି ଫୁଟେଜ ପରେ ଲୁଟ ନେଇ ସନ୍ଦେହ ଉପୁଜିଥିଲା । କାରଣ ଲୁଟ ବେଳେ ନା ବାଜିଥିଲା ସାଇରନ୍ ନା କାମକରୁଥିଲା ସିିସିଟିଭି । ସୁରକ୍ଷାକର୍ମୀ ମଧ୍ୟ କେହି ନଥିଲେ । ଏହା ପରେ ଲୁଟର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ଆରମ୍ଭ କରିଥିଲା ଛାନଭିନ । ଆଜି କମିସନରେଟ ପୁଲିସ ସୁଧାଂଶୁ ଷଡଙ୍ଗୀ ପ୍ରେସମିଟ କରି ଘଟଣା ଉପରୁ ପରଦା ଉଠାଇଛନ୍ତି ।

ଲୁଟର ମୁଖ୍ୟସୂତ୍ର ଧାର ହେଉଛନ୍ତି ସଂସ୍ଥାର କର୍ମଚାରୀ ଲାଲ ଅମ୍ରିତ ରାୟ । ଆଉ ଏଥିରେ ତାଙ୍କୁ ସହଯୋଗ କରିଥିଲେ ତାଙ୍କ ବନ୍ଧୁ ରଂଜନ ବେହେରା । ଆଉ ଲୁଟକୁ ସଫଳ କରିଥିଲେ ଆଉ ୪ ସହଯୋଗୀ । ଗୋଟିଏ ମନ୍ଦିରରେ ବସି ଷଡଯନ୍ତ୍ର କରିବା ପରେ ଯୋଜନାବଦ୍ଧ ଭାବେ ଏହି ଲୁଟ ହୋଇଥିଲା । ତେବେ ଏତେ ବଡ ଲୁଟ ଘଟଣା ପରେ ପୁଲିସ କିଭଳି ଅପରାଧୀଙ୍କ ପାଖରେ ପହଚିଂବ ସେନେଇ କଟକ ଓ କଟକ ବାହାରେ ଛାନଭିନ ଚଳାଇଥିଲା । ତେବେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରକୃତରେ କେତେ ସୁନା ଚୋରି ହୋଇଛି ତାହା ଏବେ ମଧ୍ୟ ସ୍ପଷ୍ଟ ହୋଇନାହିଁ । ତେବେ ଗତ ୪ ବର୍ଷ ତଳେ ରାଉରକେଲାରେ ଥିବା ଆଇଆଇଏଫଏଲ ସଂସ୍ଥାରୁ ମଧ୍ୟ ସମାନ ଢଙ୍ଗରେ ଲୁଟ ହୋଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.