THE BYAPINI

କାହିଁକି ବଢୁଛି କରୋନା?

Get real time updates directly on you device, subscribe now.

ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ତେବେ କାହିଁକି ବଢୁଛି କରୋନା । ଏହାର କାରଣ କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ । ଲୋକମାନେ ଅମାନିଆ ହେବାରୁ ସଂକ୍ରମଣ ବଢିବାରେ ଲାଗିଛି । ଖାସ୍‌ କରି ସୀମାବର୍ତ୍ତୀ ଅଞ୍ଚଳ ଗୁଡିକରେ ସଂକ୍ରମଣ ହାର ଅଧିକ ରହିଛି ବୋଲି ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି ।ସୀମାବର୍ତୀ ଜିଲ୍ଲାଗୁଡିକରେ ସଂକ୍ରମଣ ବଢୁଥିବାରୁ ସେଠାରୁ ଆସୁଥିବା ଲୋକଙ୍କ ଦ୍ୱାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଛତିଶଗଡରେ ସଂକ୍ରମଣ ରାଜ୍ୟରେ ସଂଖ୍ୟା ବଢାଇବାରେ ପ୍ରମୁଖ କାରଣ ।

ଛତିଶଗଡ଼ ସଂକ୍ରମଣ ଓଡ଼ିଶାରେ ସଂକ୍ରମଣ ବଢାଇବାର ପ୍ରମୁଖ କାରଣ । ଅନ୍ୟ ରାଜ୍ୟ ଯେଉଁଠି ସଂକ୍ରମଣ ବଢ଼ୁଛି, ସେଠୁ ଆସୁଥିବା ଲୋକେ ବି ଏହାର କାରଣ ପାଲଟିଛନ୍ତି । ଲୋକମାନେ ଅମାନିଆ ହେବାରୁ ମଧ୍ୟ ସଂଖ୍ୟା ବଢୁଛି । ପଞ୍ଜାବ, ମହାରାଷ୍ଟ୍ରରେ ଯେଉଁ ମ୍ୟୁଟେସନରେ ବ୍ୟାପୁଛି, ଓଡ଼ିଶାରେ ସେ ମ୍ୟୁଟେସନର ପ୍ରଭାବ ନାହିଁ । ତେବେ ଷ୍ଟ୍ରେନ ବିଷୟରେ ଅଧିକ ଅନୁଧ୍ୟାନ ପାଇଁ ଜେନମ ସିକ୍ବୁଏନସିଂକୁ ଅଧିକରୁ ଅଧିକ କରାଯାଉଛି ।

ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାର ଷ୍ଟ୍ରେନ ଏ ଯାଏଁ ରାଜ୍ୟରେ ଦେଖିବାକୁ ମିଳିନାହିଁ । ବର୍ତମାନ ଦେଶରେ ଯେଉଁ ସଂକ୍ରମଣ ବ୍ୟାପୁଛି ତାହା ୩ଟି ମ୍ୟୁଟେସନ ବୋଲି କୁହାଯାଉଛି ।ୟୁକେ ଓ ଡବଲ ମ୍ୟୁଟେସନ ଓଡ଼ିଶାରେ ମାତ୍ର ୩ ରୁ ୪ ପ୍ରତିଶତ ଯାହା ଏତେ ପ୍ରଭାବ ପକାଇବା ନାହିଁ । ବର୍ତ୍ତମାନ ଷ୍ଟ୍ରେନ ଦ୍ୱାରା ଲୋକଙ୍କଠୁ ଲୋକଙ୍କୁ ଅଧିକ ବ୍ୟାପୁଛି ।

Get real time updates directly on you device, subscribe now.

Leave A Reply

Your email address will not be published.