ରଥଯାତ୍ରା ଲାଗି ନୀତି ନିର୍ଘଣ୍ଟ
ରଥଯାତ୍ରାକୁ ଆଉ ମାତ୍ର ଦିନ କେଇଟା ବାକି ଅଛି । ମହାମାରୀ କରୋନା ପାଇଁ ଚଳିତ ବର୍ଷ ବିନା ଭକ୍ତରେ କୋଭିଡ କଟକଣାରେ ରଥଯାତ୍ରା କରିବାକୁ ନିଷ୍ପତି ନିଆଯାଇଥିବା ବେଳେ ଆଜି ରଥଯାତ୍ରା ପାଇଁ ନୀତି ନିର୍ଘଂଟ ହୋଇଛି । କୋଭିଡ କଟକଣା ସହ ୧୪୪ ଧାରା ଜାରି କରାଯାଇ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥ ଯାତ୍ରା ଅନୁଷ୍ଠିତ ହେବ । ଛତିଶା ନିଯୋଗ ବୈଠକରେ ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ୟ୍ୟନ୍ତ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ଆସନ୍ତା ୨୪ରେ ଦେବସ୍ନାନ ପୂର୍ଣ୍ଣିମା । ସ୍ନାନଯାତ୍ରାରେ ପହଣ୍ତି ରାତି ଗୋଟାଏରୁ ଚାରିଟା ମଧ୍ୟରେ ଅନୁଷ୍ଠିତ ହେବ । ସେହିପରି ଶ୍ରୀଗୁଣ୍ତିଚା ପାଇଁ ସକାଳ ୮.୩୦ ରୁ ପହଣ୍ତି କରାଯାଇ ଅପରାହ୍ନ ୩ଟାରେ ରଥଟଣା ପାଇଁ ନିଷ୍ପତ୍ତି ନିଆଯାଇଛି।
ଦେବସ୍ନାନ ପୂର୍ଣ୍ଣିମା ପାଇଁ ରାତି ଗୋଟାଏରୁ ପହଣ୍ଡି ଆରମ୍ଭ ହେବ । ଦିନ ୧୧ଟାରେ ହେବ ଗଜାନନ ବେଶ ଓ ସନ୍ଧ୍ୟା ୫ଟାରେ ବାହୁଡା ପହଣ୍ଡି ହେବ । ସ୍ନାନପୂର୍ଣ୍ଣିମାରେ ଭକ୍ତଙ୍କ ପାଇଁ ମହାପ୍ରସାଦ ହେବ ନାହିଁ । କେବଳ ସେବକଙ୍କ ପରିବାର ପାଇଁ ପ୍ରସ୍ତୁତ ହେବ ମହାପ୍ରସାଦ । ସେହିପରି ଶ୍ରୀଗୁଣ୍ଡିଚା ଦିନ ସକାଳ ୮ଟାରେ ରଥ ପ୍ରତିଷ୍ଠା ଏବଂ ସକାଳ ୮ଟା ୩୦ରେ ମହାପ୍ରଭୁଙ୍କ ପହଣ୍ଡି କରାଯିବ। ଦିନ ୨ଟାରେ ଛେରା ପହଁରା ପରେ ଅପରାହ୍ଣ ୩ଟାରେ ରଥଟଣା ହେବ। ବାହୁଡ଼ା ଦିନ ୧୨ଟାରୁ ୨ଟା ୩୦ ପହଣ୍ଡି ଏବଂ ୪ଟାରେ ରଥ ଟଣା ହେବ। ବାହୁଡା ଯାତ୍ରା ପାଇଁ ମଧ୍ୟ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି । ପହଣ୍ତି ୧୨ ଟା ୩୦ ରୁ ୨ଟା ୩୦ ଓ ରଥଟଣା ୪ଟାରେ କରାଯିବାକୁ ଆଜି ଅନୁଷ୍ଠିତ ଛତିଶା ନିଯୋଗ ଭର୍ଚୁଆଲ ବୈଠକରେ ନିଷ୍ପତ୍ତି ହୋଇଛି। ରଥାଯାତ୍ରାରେ ଭକ୍ତଙ୍କ ପ୍ରବେଶ ଉପରେ ସମ୍ପୁର୍ଣ୍ଣ କଟକଣା ଲଗାଯାଇଥିବାରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଓ ବଡଦାଣ୍ତକୁ କର୍ଫ୍ୟୁ ଭଳି କଡା କଟକଣା ଲଗାଯିବ। ବାହୁଡା ଯାତ୍ରା ପାଇଁ ମଧ୍ୟ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି । ପହଣ୍ତି ୧୨ ଟା ୩୦ ରୁ ୨ଟା ୩୦ ଓ ରଥଟଣା ୪ଟାରେ କରାଯିବାକୁ ଆଜି ଅନୁଷ୍ଠିତ ଛତିଶା ନିଯୋଗ ଭର୍ଚୁଆଲ ବୈଠକରେ ନିଷ୍ପତ୍ତି ହୋଇଛି। ରଥାଯାତ୍ରାରେ ଭକ୍ତଙ୍କ ପ୍ରବେଶ ଉପରେ ସମ୍ପୁର୍ଣ୍ଣ କଟକଣା ଲଗାଯାଇଥିବାରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଓ ବଡଦାଣ୍ତକୁ କର୍ଫ୍ୟୁ ଭଳି କଡା କଟକଣା ଲଗାଯିବ।
ବିନା ଭକ୍ତରେ ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରାରେ ସମସ୍ତ ସେବାୟତଙ୍କର ଟିକାକରଣ ଓ ଜଞ-ଚଉଜ କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ସ୍ନାନପୂର୍ଣ୍ଣିମା ପାଇଁ ସେବାୟତଙ୍କ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି । ଏହିଭଳି ୪ପର୍ୟ୍ୟାୟରେ ଟେଷ୍ଟ ହେବ । କେବଳ ନେଗେଟିଭ ଆସିଥିବା ସେବାୟତ ହିଁ ଏଥିରେ ସାମିଲ ହୋଇପାରିବେ ।