THE BYAPINI

ଓଡିଶାରେ ନିଆଁ..ଦିଲ୍ଲୀରେ ତାତି

Get real time updates directly on you device, subscribe now.

ଓଡିଶାରେ ଜଳୁଛି ଜଙ୍ଗଲ, ଦିଲ୍ଲୀରେ ପହିଂଚିଲା ପ୍ରସଙ୍ଗ । ଜଙ୍ଗଲ ଜଳିବାକୁ ନେଇ ଆଜି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡ଼କରଙ୍କୁ ଭେଟିଛନ୍ତି ବିଜେପିର ୯ଜଣିଆ ସଂସଦୀୟ ପ୍ରତିନିଧି ମଣ୍ଡଳୀ । ଶିମିଳିପାଳରେ ଲାଗିଥିବା ନିଆଁ ସଂପର୍କରେ ଜାଭେଡ଼କରଙ୍କୁ ଅବଗତ କରାଇଛନ୍ତି ବିଜେପି ସାଂସଦ । ।

ତୁରନ୍ତ ଘଟଣାସ୍ଥଳକୁ କେନ୍ଦ୍ରୀୟ ଟିମ୍ ପଠାଇବାକୁ ଅନୁରୋଧ ପରେ ଆସନ୍ତାକାଲି ଶିମିଳିପାଳ ଆସିବ କେନ୍ଦ୍ରୀୟ ଟିମ୍ । ଶିମିଳିପାଳ ବନାଞ୍ଚଳର ବିଭିନ୍ନ ସ୍ଥାନ ଜଳୁଥିବା ବେଳେ ଅନୁଧ୍ୟାନ ଲାଗି ଆସନ୍ତାକାଲି ପହଞ୍ଚିବ କେନ୍ଦ୍ରୀୟ ଟିମ୍ । ଓଡ଼ିଶାର ବିଜେପି ସାଂସଦଙ୍କୁ ଏହି ପ୍ରତିଶୃତି ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ।ଘଟଣା ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ ଟିମ୍ ପଠାଇବାକୁ ରାଜ୍ୟ ନେତାମାନେ ଦାବି କରିଥିଲେ । ଏନେଇ ପଦକ୍ଷେପ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।ଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଘଟଣା ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ ବିଶେଷଜ୍ଞ କମିଟି ପଠାଉଛି ବୋଲି ଟୁଇଟ୍ କରି କେନ୍ଦ୍ରମନ୍ତ୍ରୀ ଜାଭଡେକର ସୂଚନା ଦେଇଛନ୍ତି। ଏହି କେନ୍ଦ୍ରୀୟ ବିଶେଷଜ୍ଞ କମିଟି ଘଟଣାର ଅନୁଧ୍ୟାନ କରି ରାଜ୍ୟ ବନ ବିଭାଗକୁ ବୈଷୟିକ ପରାମର୍ଶ ଦେବା ସହ ଶିମିଳିପାଳ ଓ ଏହାର ଆଖପାଖରେ ଥିବା ଫାୟାର ପଏଣ୍ଟକୁ ଲିଭାଇବା ଦିଗରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି ।

ଏ ପ୍ରସଙ୍ଗରେ ଟୁଇଟ୍ କରି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟ ସମେତ ବିଭିନ୍ନ ସମ୍ବେଦନଶୀଳ ଜଙ୍ଗଲରେ ନିଆଁକୁ ଆୟତ୍ତ କରିବା ତଥା ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବ ଦେଲୁ । ଓଡିଶାରେ ଜଙ୍ଗଲ ନିଆଁକୁ ଲିଭାଇବା, ଜଙ୍ଗଲ ଜମି ଓ ଉଦ୍ଭିଦସମୁହ କ୍ଷୟକ୍ଷତିର ଆକଳନ କରିବା ତଥା ଜଙ୍ଗଲ ଉପରେ ନିଜର ଜୀବନଜୀବିକା ପାଇଁ ନିର୍ଭର କରୁଥିବା ସମୁଦାୟଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କଲୁ ।
ସେହିପରି କାମ୍ପା ଫଣ୍ଡ ଖର୍ଚ୍ଚ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା । କାମ୍ପା ଫଣ୍ଡରେ ରାଜ୍ୟ ବନିକରଣ ପାଇଁ ୬ହଜାର କୋଟି ଟଙ୍କା ଦିଆଯାଇଥିଲା । ହେଲେ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ବିଜେପି ସାଂସଦ ସୁରେଶ ପୁଜାରୀ ।

Get real time updates directly on you device, subscribe now.

Leave A Reply

Your email address will not be published.