THE BYAPINI

ଜଳପଥରେ ବଢିଲା ପାଟ୍ରୋଲିଂ

Get real time updates directly on you device, subscribe now.

ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ପ୍ରବାସୀ ଆଣିପାରନ୍ତି ବିପଦ । ଏଥିପାଇଁ ସମସ୍ତ ସୀମାବର୍ତୀ ଅଂଚଳ ଗୁଡିକର ପ୍ରବେଶ ପଥରେ ଚେକିଂ ଜୋରଦାର କରାଯାଇଛି । ତେବେ ଜଳପଥ ଦେଇ ଆସିପାରନ୍ତି ପ୍ରବାସୀ । ଏଥିପାଇଁ ବୋଟ ଏବଂ ମୋଟର ସାଇକେଲ ଦ୍ୱାରା ପାଟ୍ରୋଲିଂକୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

କରୋନା ସଂକଟ ସମୟରେ ଜଳପଥରେ ପାଟ୍ରୋଲିଂ ଜୋରଦାର ହେବ । ବାହାର ରାଜ୍ୟର ବୋଟ ଉପରେ କଟକଣା ଲଗାଯିବା ସହ ବାହାର ରାଜ୍ୟର ବୋଟକୁ ଦେଖିଲେ ତୁରନ୍ତ ଜବତ କରାଯିବ ଏବଂ ଆଇନ ଅନୁସାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋଷ୍ଟାଲ ଏଡ଼ିଜି ପ୍ରାଣବିନ୍ଦୁ ଆଚାର୍ୟ୍ୟ କହିଛନ୍ତି । ୧୩ଟି ମେରାଇନ୍ ଥାନାକୁ ଏନେଇ ଅବଗତ କରାଯାଇଛି ।ପ୍ରତ୍ୟେକ ଫିସ୍ ଲ୍ୟାଣ୍ଡିଂ ସେଣ୍ଟରରେ କୋଷ୍ଟଗାର୍ଡ ମୁତୟନ ହୋଇଛନ୍ତି । ଏହାସହ ସବୁ ଥାନାରେ ସାଗର ରକ୍ଷକ ଦଳ, ବାହାରୁ ଆସୁଥିବା ଲୋକଙ୍କ ବିଷୟରେ ସୂଚନା ଦେଉଛନ୍ତି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬,୨୧୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୯୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛ ନ୍ତି। ସେହିପରି ସୁନ୍ଦରଗଡ଼ରୁ ୬୮୪ ଓ କଳାହାଣ୍ଡିରୁ ୬୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତରେ ୮ ଜଣଙ୍କ ମୃତ୍ୟୁ ଘଟିଛି।

Get real time updates directly on you device, subscribe now.

Leave A Reply

Your email address will not be published.