୮ ମାସରେ ଅମାନିଆ ଗଣିଲେ ୨୧ କୋଟିରୁ ଅଧିକ ଫାଇନ
ନିୟମ ଭାଙ୍ଗିବା ପଡିଲା ମହଙ୍ଗା । ରାଜଧାନୀରେ ଅମାନିଆ ଗଣିଛନ୍ତି ମୋଟା ଅଙ୍କର ଫାଇନ୍ । ୨୦୨୧ ଅଗଷ୍ଟ ଶେଷ ସୁଦ୍ଧା ବା ୮ ମାସ ଭିତରେ ଭୁବନେଶ୍ୱରରେ ଅମାନିଆଙ୍କଠୁ ୨୧ କୋଟି ୬୨ ଲକ୍ଷ ୯୯ ହଜାର ୧୦୦ ଟଙ୍କା ଫାଇନ ଆଦାୟ ହୋଇଛି । ଟ୍ରାଫିକ ନିୟମ ଉଲଘଂନ କରି ୮ ମାସରେ ୧୧ କୋଟି ୮୩ ଲକ୍ଷ ୬୫ ହଜାର ୭୦୦ ଟଙ୍କା ଫାଇନ ଆଦାୟ ହୋଇଛି । ବିନା ହେଲମେଟ ଧାରୀଙ୍କଠାରୁ ୯ କୋଟି ୨୦ ଲକ୍ଷ ୯ ହଜାର ୩ ଶହ ଆଦାୟ ହୋଇଛି ।
ସେହିପରି ବିନା ସିଟ ବେଲ୍ଟରେ ୫୬ ଲକ୍ଷ ୬ ହଜାର ୧୦୦ ଟଙ୍କା ଫାଇନ ଆଦାୟ ହୋଇଥିବା ବେଳେ ବିନା ମାସ୍କ ଧାରୀଙ୍କଠାରୁ ୩ ଲକ୍ଷ ୧୮ ହଜାର ଫାଇନ ଆଦାୟ ହୋଇଛି । ବିଧାନସଭାରେ ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।