THE BYAPINI

ସାଂଘାତିକ ହେଉଛି ସଂକ୍ରମଣ

Get real time updates directly on you device, subscribe now.

ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରୁଛି । ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବରେ ଲାଗିଛି । କ୍ରମାଗତ ଭାବେ ଲକ୍ଷେ ଉପରେ ସଂକ୍ରମଣ ରହୁଛି । ଗତ ୨୪ ଘଂଟାରେ ପୁଣି ଥରେ କରୋନା ନୂଆ ରେକର୍ଡ କରିଛି । ନକରେ ୧ ଲକ୍ଷ ୩୦ ହଜାର ଲୋକ ସଂକ୍ରମିତ ହୋଇଛନ୍ତି, ଯାହାକି କରୋନା ମହାମାରୀର ଦ୍ୱିତୀୟ ଲହର ଆରମ୍ଭ ଦିନ ଠାରୁ ଏଯାବତ୍ ସର୍ବାଧିକ ପଜିଟିଭ ।

୨୪ ଘଣ୍ଟାରେ ୧ ଲକ୍ଷ ୩୧ ହଜାରରୁ ଅଧିକ ସଂକ୍ରମିତ ଲୋକ ଚିହ୍ନଟ ହୋଇଛନ୍ତି । ଏହା ସହ ୭୮୦ ଲୋକଙ୍କ ଜୀବନ ନେଇଛି ମହାମାରୀ । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯.୭୪ ଲକ୍ଷକୁ ବୃଦ୍ଧି ପାଇଛି ।ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୩୦,୬୦,୫୪୨ରେ ପହଞ୍ଚିଛି । ସେହିପରି ୭୮୦ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୬୭,୬୪୨ରେ ପହଞ୍ଚିଛି।

ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, ପଞ୍ଜାବ ଆଦି ରାଜ୍ୟରେ ସଂକ୍ରମଣ ଶିଖରରେ ରହିଛି । ମହାରାଷ୍ଟ୍ରରେ ଦିନକୁ ୫୦ ହଜାରରୁ ଅଧିକ ଲୋକ ଚିହ୍ନଟ ହୋଇଛନ୍ତି । ସେହିପରି ଦିଲ୍ଲୀରେ ମଧ୍ୟ ଗୋଟିଏ ଦିନରେ ସାଢ଼େ ୭ ହଜାର ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ଦେଶରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଛନ୍ତି ।ପ୍ରଧାନମନ୍ତ୍ରୀ କହିଛନ୍ତି,କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ ଲାଗି ଟ୍ରେସିଂ ଓ ଟ୍ରାକିଂ ହେଉଛି ମାଧ୍ୟମ । ମାଇକ୍ରୋ-କଣ୍ଟେନମେଣ୍ଟ ଜୋନ୍ ଉପରେ ଧ୍ୟାନ ଦେବା ଆବଶ୍ୟକ । ରାତି ୯ଟାରୁ ସକାଳ ୬ଟା ଯାଏ କର୍ଫ୍ୟୁ ଲାଗୁ କରିବା ଉପରେ ମୋଦି ଗୁରୁତ୍ୱାରୋପ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.