ଭାରତରେ କରୋନାର ନୂଆ ଭାରିଆଣ୍ଟ
କରୋନା ସଂକ୍ରମଣ ପୁଣି ଥରେ ଚିନ୍ତା ବଢାଇବାରେ ଲାଗିଛି । କରୋନାର ନୂଆ ଭାରିଆଣ୍ଟ ଏକ୍ସଇ ଓ କାପା ଭାଇରସରେ ମୁମ୍ବାଇର ଦୁଇ ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି । ଦେଶରେ ଏକ୍ସଇର ଏହା ପ୍ରଥମ ମାମଲା ବୋଲି ସୂଚନା ମିଳିଛି । ରିପୋର୍ଟ ଅନୁଯାୟୀ, ଜିନୋମ ସିକ୍ୱେନ୍ସିଂ ସମୟରେ ମୋଟ୍ ୩୭୬ ଜଣଙ୍କର ନମୁନା ଯାଇଥିଲା । ଯେଉଁଥିରେ ୨୩୦ ଜଣ ମୁମ୍ବାଇର । ୨୩୦ରୁ ୨୨୮ ନମୁନା ଓମିକ୍ରନର ହୋଇଥିବା ବେଳେ ଗୋଟିଏ କାପା ଓ ଗୋଟିଏ ଏକ୍ସଇ ଭାରିଆଣ୍ଟ ଚିହ୍ନଟ ହୋଇଛି ।
କୋଭିଡର ନୂଆ ଭାରିଆଣ୍ଟ ଏକ୍ସଇ ଓମିକ୍ରନର ସବ୍ ଭାରିଆଣ୍ଟ ବିଏ.୨ ଅପେକ୍ଷା ଏକ୍ସଇ ଭାରିଆଣ୍ଟ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି କହିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।